ରାୟଗଡାରେ ମାଓବାଦୀ ଡମ୍ପରୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

Date:

Share post:

ରାୟଗଡା, (୧୪/୦୬) : ଆପ୍ର : ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡା ପୋଲିସ ପକ୍ଷରୁ ଅମ୍ବାଦଳା ଥାନା ଅଧୀନସ୍ତ ଜଗଦଲପୁର ଆଉଟପୋଷ୍ଟ ଅଞ୍ଚଳର ଢେପାଗୁଡା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଡିଭିଏଫ ଓ ଏସଓଜି ଯବାନଙ୍କ ସହଯୋଗରେ ଚାଲିଥିବା ଏହି ଅଭିଯାନରେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଡମ୍ପ ଠାବ କରାଯାଇଛି । ପରେ ବୋମା ନିଷ୍କ୍ରିୟକରଣ ଦଳ ତଲାସି କରି ଏକ 303 ରାଇଫଲ, ୩୭ ରାଉଣ୍ଡ ଗୁଳି, ମ୍ୟାଗାଜିନ, ଚାର୍ଜର କ୍ଲିପ, କର୍ଡେକ୍ସ ତାର, ଗନପାଉଡର, ମାଓବାଦୀ ସାହିତ୍ୟ ସମେତ ବହୁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରୀ ମାଓବାଦୀଙ୍କର ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ ପ୍ରସାଦ କହିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସମେତ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରହିଛି । ଆଗାମି ଦିନରେ ଯେ କୌଣସି ପ୍ରକାର ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଦମନ କରିବା ପାଇଁ ଜିଲ୍ଲା ପୁଲିସ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଇବ୍‌ ନଦୀରେ ବୁଡ଼ି ଦୁଇ ମୃତ

ଝାରସୁଗୁଡ଼ା, (୧୫/୦୬) : ଆପ୍ର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ...

ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

ବାଲିକୁଦା, (୧୫/୦୬) : ଆପ୍ର : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ...

ଘରେ ପଶିଗଲା ବାଲି ବୋଝେଇ ଟିପ୍ପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନବରଙ୍ଗପୁର, (୧୫/୦୬) : ଆପ୍ର : ଘରେ ପଶିଗଲା ବାଲି ବୋଝେଇ ଟିପ୍ପର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଦୁର୍ଘଟଣାରେ ଘର ସମ୍ପୂର୍ଣ୍ଣ...

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର, (୧୫/୦୬) : ଆପ୍ର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ...