ରାଜନଗର, (୨୯/୦୯) : ଆପ୍ର : ସନ୍ଦେହ ଘେରରେ ଶୁଭଶ୍ରୀଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରାଜପୁର ଗାଁ’ର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ ।
କୁଆଡ଼େ ଗଲା ମୃତଦେହ ଖୋଜୁଛି ପୋଲିସ । ଶୁଭଶ୍ରୀଙ୍କ ମୃତଦେହରେ ପଥର ବାନ୍ଧି ନଦୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଶୁଭଶ୍ରୀଙ୍କ ପରିବାର, ବୋଟ୍ ଡ୍ରାଇଭର ସମେତ ୫ ଜଣଙ୍କୁ ପଚରାଉଚରା କରୁଛି ପୋଲିସ । ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ? ମୃତଦେହ କୁଆଡ଼େ ଗଲା ? ସେନେଇ ତଦନ୍ତ ଜୋରଦାର ଚାଲିଛି । ସୋସିଆଲ ମିଡିଆରେ ଶୁଭଶ୍ରୀଙ୍କ ମୃତଦେହର ଫଟୋ ଭାଇରାଲ ହେଉଛି । କିନ୍ତୁ ସେହି ଫଟୋଟି ଶୁଭଶ୍ରୀଙ୍କର କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ।

