ରାୟଗଡା, (୧୬/୦୮) : ଆପ୍ର : ରେଳବାଇ ସମ୍ମୁଖସ୍ଥ ପଡ଼ିଆରେ ସ୍ଵାଧୀନତା ଦିବସ ଉପଲକ୍ଷେ ତା ୧୫-୮-୨୦୨୬ ଓ ୧୬-୮-୨୦୨୭ ରିଖ ଦୁଇ ଦିନ ଧରି ଖେଳାଳି ମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ମଧ୍ୟରେ ୮ ଦଳରେ ଗଠନ କରାଯାଇ ଆୟୋଜନ କରାଯାଇଥିଲା ।
ବରିଷ୍ଠ ଦଳରେ ଫାଇନାଲ କୁ କ୍ରିଷ୍ଣା ରାଓଙ୍କ ଦଳ ଓ ଶଶାଙ୍କ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଶଶାଙ୍କ ଦଳ ଜିତିଥିଲେ ଓ କନିଷ୍ଠ ଦଳରେ ପ୍ରଭୁ ମାତ୍ରା ଓ ରାଜେଶ ମହାକୁଡ଼ ଦଳ ମେଚରେ ଜିତିଥିଲେ । ଖେଳ ପରିଚାଳନା କରିଥିଲେ ଶ୍ରୀ ଏସ ଦୀଲିପ, ଆୟୋଜନ ରେ ସହଯୋଗ କରିଥିଲେ, ରାମ କ୍ରୀଷ୍ଣା ବିଷୋୟୀ , କ୍ରୀଷ୍ଣା ରାଓ, ମହାଦେବ ବିଡିକା , ରାଙ୍ଗା, ବନମାଳୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୋଲିସ ମହାସଂଘ ସଭାପତି ଓ ସମ୍ପାଦକ ରତ୍ନମଣି ସାହୁ, ହୃଷିକେଶ ସାହୁ ବିଜେତା ଖେଳାଳି ଙ୍କୁ ପୁରସ୍କାର ବିତରଣ କରିଥିଲେ, ଆସନ୍ତା ବର୍ଷ ସହରର ସମସ୍ତ ଖେଳାଳି ମାନଙ୍କୁ ନେଇ ଆହୁରି ଭଲଭାବେ ଆୟୋଜନ କରିବାକୁ ପ୍ରାୟୋଜକ ବୃନ୍ଦ କହିଥିଲେ ।

