Homelocalମା’ତାରାତାରିଣୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ନେଇ ମନ୍ଦିର ପୀଠରେ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ

ମା’ତାରାତାରିଣୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ନେଇ ମନ୍ଦିର ପୀଠରେ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର, (୦୧/୧୦) : ଆପ୍ର : ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥାଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ଠାରେ ଆସନ୍ତା ୦୩ ତାରିଖ ଠାରୁ ମହା ନବମୀ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ଷୋଡଶ ଦିନାତ୍ମକ ପୂଜା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଛତ୍ରପୁରରେ ଟ୍ରଷ୍ଟ ବୋର୍ଡ ବୈଠକପରେ ଆଜି ମାଆଙ୍କ ପାହାଡ଼ ଉପରେ ପରିଚାଳନା କମିଟିର ବୈଠକ ମନ୍ଦିର ଅଫିସ ରୁମ ପରିସରରେ ଅନୁଷ୍ଠିତ ହୋଇଛି ।WhatsApp Image 2026 10 01 at 17.05.47 3

ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସଭାପତିତ୍ୱରେ ଏବଂ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ପରିଗାଳନା ଅଧିକାରୀ ବିନୋଦ କୁମାର ବେହେରା,ଙ୍କ ସଂଯୋଜନାରେ ଏହା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ କ୍ରମରେଇନାଚାର୍ଜ ବିଡ଼ିଓ ଦେବାଶିଷ ସାମଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସଡ଼ି ପିଓ ସୁଜିତ ନାୟକ, ଟ୍ରଷ୍ଟ ସଦସ୍ୟ ପ୍ରମୋଦ ପଣ୍ଡା ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୂଳମଣି ସେଠୀ, ଓ ଥାନା ଷ୍ଟାଫ ଙ୍କ ଶହ ସମସ୍ତ ବିଭାଗୀୟ ବିଦ୍ୟୁତ, ପୂର୍ତ୍ତ, ରାସ୍ତା, ପାନୀୟ ଜଲଯୋଗାଣ, ଙ୍କ ସମେତ ବିଭିନ୍ନ ଲାଇନ ଅଧିକାରୀ ବସ ସେବା ମେନେଜର, ରୋପୱେ ମେନେଜର ମନ୍ଦିର ସେବାୟତ ସଭାପତି ତପନ କୁମାର ରଣା , ମୁଖ୍ୟ ସେବାୟତବାପୁଜୀ ରଣା ଓ ଅନ୍ୟ ସେବାୟତ ମାନଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 10 01 at 17.05.47

ଷୋଡଶ ଦିନାତ୍ମକ ପୂଜା ସମ୍ଭାର ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥାର ସୁପରିଚାଳନା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଅଖଣ୍ଡ ଦୀପ ଭଲ ଘିଅ ରେ ବାହାରେ ଲାଗିବ ଦୀପ ଘରେ ଏବଂ ଦୀପର ସ୍ୱରକ୍ଷା ଫାୟାର ବିଭାଗ ନେବେ । ଭକ୍ତଙ୍କ ସୁବିଧା ପାଇଁ ଯାତାୟାତ ଓ ବସ୍‌ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ସମ୍ପନ୍ନ କରିବା ଓମନ୍ଦିର ର ଭୋଗ ଉତ୍ତମ ମାନର କରି ଲୋକଙ୍କୁ ଦେବା ଓ ଗର୍ଭଗୃହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଉତ୍ତମମାନର ଘିଅ ଦୀପ ବ୍ୟବହାର ଉପରେ ଆଲୋଚନା ହୋଇଥିଲା ।WhatsApp Image 2026 10 01 at 17.05.47 2

ବୈଠକରେ ମନ୍ଦିର ରେ ସ୍ୱାଦିଷ୍ଟ ଓ ଉନ୍ନତ ମାନର ପ୍ରସାଦ ବିକ୍ରିର ସୁପରି ଚାଳନା, କର୍ମଚାରୀ ଓ ସେବାୟତ ମାନଙ୍କ କାର୍ଯ୍ୟ କାରିତା ଉପରେ ଆଲୋଚନା ହୋଇଥିଲା । ପୂଜା ଓ ମେଳା ସମୟରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ କୁ କାର୍ଯ୍ୟ କାରି କରିବା ମନ୍ଦିର ଭିତରକୁ ନିଶାଦ୍ରବ୍ୟ ସେବନ କାରି ନ ଆସିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷକରି ଜନସମାଗମ ସମୟରେ ଆଇନ ଶୃଙ୍ଖଳା କଡା କଡ଼ି କରାଯିବା ସହିତ ଚୋରି ଓ ଡକାୟତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସଡ଼ି ପିଓ ଙ୍କୁ କହିଥିଲେ ।

ରଙ୍ଗ ମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଅଭିଯୋଗ ଆସୁଥିବାରୁ ଏଭଳି ଖାଦ୍ୟ ବିକ୍ରିରୁ ବ୍ୟବସାୟୀମାନଙ୍କୁ ନିବୃତ୍ତ ରଖିବା ସହ ଆବଶ୍ୟକ ଯାଞ୍ଚ ଓ ସଚେତନତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରମୋଦ ପଣ୍ଡା,ପୂର୍ତ୍ତ ବିଭାଗ ଏସ୍‌ଡିଓ ସୁରେଶ ମିଶ୍ର ଫାୟାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments