ଭଦ୍ରକ, (୨୪/୧୧) : ଆପ୍ର : ଶିବାଗଙ୍ଗାରେ ବୋଇତ ଭସାଇଲେ ଭକ୍ତ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସନ୍ଧ୍ୟାରେ ଅପୂର୍ବ ହର ଗୌରୀ ବେଶ ।
ଭକ୍ତଙ୍କ ସମେତ ସ୍ଥାନୀୟ ସେବାୟତ ପରିବାର ଓ ଆଖପାଖ ଅଞ୍ଚଳର ବ୍ରତଧାରୀ ମହିଳା ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ ରୀତିନୀତି ଅନୁସାରେ ବୋଇତ ବନ୍ଦାଣ କରି ବୋଇତ ଭସାଇଥିଲେ । ମନ୍ଦିର ବେଢା ପରିସରରେ ପୂଜା ପାଉଥିବା ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବାବାମଣିଙ୍କୁ ଦର୍ଶନ କରି ବ୍ରତ ଭାଙ୍ଗିଛନ୍ତି ବ୍ରତ ଧାରୀ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୀଠରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି ।

