ଛତ୍ରପୁର, (୨୪/୦୬) : ଆପ୍ର : ଚୋରଙ୍କ ଟାର୍ଗେଟରେ ମନ୍ଦିର । ହୁଣ୍ଡି ଭାଙ୍ଗି ନେଇ ଗଲେ ଟଙ୍କା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟେସନ ରୋଡ଼ରେ ଥିବା ରାମ ମନ୍ଦିରରୁ ଚୋରି ହୋଇଛି ।
ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ । ସକାଳୁ ପୂଜକ ଦେଖି ଛତ୍ରପୁର ପୋଲିସକୁ ଅବଗତ କରାଇଥିଲେ । କିଛି ଦିନ ତଳେ ହନୁମାନ ମନ୍ଦିରରୁ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ନଗଦ ଟଙ୍କା ଚୋରି ହୋଇଥିଲା । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଏହି ମନ୍ଦିର ରେଳ ବିଭାଗ ଜିଆରପି ପୋଲିସ ଅଧିନରେ ଆସୁଛି । ଏବେ ଚୋର କିଛି ଦିନ ମଧ୍ୟ୍ୟରେ ସାଇ ମନ୍ଦିର, ବିରେଶ୍ବର ମନ୍ଦିର, ହନୁମାନ ମନ୍ଦିର, ଉଜ୍ୱଳେଶ୍ଵର ମନ୍ଦିର ଏବେ ରାମ ମନ୍ଦିର ଚୋରି ହୋଇଛି । ତେବେ ଗୋଟେ ବି ଚୋରି ଘଟଣାରେ ପୋଲିସକୁ ଏବେବି କୌଣସି ସଫଳତା ମିଳିପାରି ନାହିଁ ।

