Homelocalଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ: ଜୁନ୍ ୨୭ରୁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ

ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ: ଜୁନ୍ ୨୭ରୁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ

ସୁବର୍ଣ୍ଣପୁର, (୨୩/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟରେଟ ର ମିନି ସମ୍ମିଳନୀ କକ୍ଷଠାରେ “ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ” ଅବସରରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଟାଉନ ହଲଠାରେ ଏକ ପ୍ରଦର୍ଶନୀ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଦର୍ଶନୀରେ ମୋଟ ୨୨ଟି ଷ୍ଟଲ୍ ରହିବ ଏବଂ ସେଥିମଧ୍ୟରୁ ୬ଟି ଷ୍ଟଲ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ଆସନ୍ତା ଜୁନ୍ ୨୭ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳ ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରିବେ ଏବଂ ଏହା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ପ୍ରଦର୍ଶନୀର ସୁପରିଚାଳନା ପାଇଁ ସମସ୍ତ ଲାଇନ ବିଭାଗ ସମନ୍ୱୟ ଓ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ପ୍ରଦର୍ଶନୀ ଅବସରରେ ଉଦ୍ୟୋଗୀତା, ଋଣ ସହାୟତା, ବ୍ୟାଙ୍କିଂ ସୁବିଧା, ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ବିପଣନ, ବ୍ରାଣ୍ଡିଂ, ଡିଜିଟାଲାଇଜେସନ ଓ ଉଦ୍ୟୋଗୀତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହିତ ଉଦ୍ୟୋଗୀତା ବିଷୟ ଉପରେ ପ୍ରବନ୍ଧ, ବିତର୍କ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରଦର୍ଶନୀର ଶେଷ ଦିନରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସହିତ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯିବ। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି)ର ପ୍ରୋଗ୍ରାମ ଅଧିକାରୀ ଅଭିଜିତ ତ୍ରିପାଠୀ ବୈଠକର ସମନ୍ୱୟ କରିଥିଲେ। ଏଥିସହ ଅଗ୍ନିଶମ ସେବା, ସୂଚନା ଓ ଲୋକସମ୍ପର୍କ ବିଭାଗ, ମିଶନ ଶକ୍ତି, ଓରମାସ ସମେତ ବିଭିନ୍ନ ଲାଇନ ବିଭାଗର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments