Homelocalବାତ୍ୟା ମୁକାବିଲାରେ ରାଇକିଆ ବ୍ଲକ ପ୍ରଶାସନର ବହୁତ୍ ସଜାଗ ରହିଥିଲେ

ବାତ୍ୟା ମୁକାବିଲାରେ ରାଇକିଆ ବ୍ଲକ ପ୍ରଶାସନର ବହୁତ୍ ସଜାଗ ରହିଥିଲେ

ରାଇକିଆ, (୨୨/୧୧) : ଆପ୍ର : ବାତ୍ୟା ‘ଆକଭାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଇକିଆ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଥିଲା , ଗୁନ୍ଧାଣି, ମାଣିକେଶ୍ୱର, ଇନ୍ଦ୍ରଗଡ଼ ସମେତ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଶାସନ ପକ୍ଷରୁ ନିରନ୍ତର ତଦାରଖ କରାଯାଇWhatsApp Image 2026 11 22 at 08.24.27ଥିଲା ।

ଏହି ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଇକିଆ ବ୍ଲକର ବହୁଗ୍ରାମର ପ୍ରାୟ ଲୋକଙ୍କୁ ୨୫ଟି ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିଲା। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣ, ବିଶୁଦ୍ଧ ପାନୀୟଜଳ, ରନ୍ଧାଖାଦ୍ୟ ଏବଂ ଜରୁରୀକାଳୀନ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ବ୍ୟବସ୍ଥାର ସଠିକ୍ ପରିଚାଳନା ଓ ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାହୋଇଥିଲା।ସିଡିଓ ଶମ୍ଭୁନାଥ ନନ୍ଦୀଙ୍କ ତତ୍ତ୍ୱାବଧାନରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସବ୍ୟସାଚୀ ସାହୁ, ଜିପିଡିଓ ମହେଶ କୁମାର ପଟ୍ଟନାୟକ, ରାଇକିଆ ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକଙ୍କ, ଜୟ ଦେବ ପ୍ରଧାନ ସମେତ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ଆଶ୍ରୟସ୍ଥଳୀଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ବ୍ୟବସ୍ଥାର ତଦାରଖ କରୁଥିଲେ ।

ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ସହାୟତା ପ୍ରଦାନ ଏବଂ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦିଗରେ ପ୍ରଶାସନ ସଜାଗ ରହିଥିଲା । ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ଉପରେ ଅଧିକ ନଜର ରଖାଯାଇଥିଲା । ବାତ୍ୟାର ମୁକାବିଲା ପାଇଁ ବ୍ଲକ ପ୍ରଶାସନର ଏହି ସମନ୍ୱିତ ପ୍ରୟାସ ଓ ନିରନ୍ତର ତଦାରଖ ହେବା ଯୋଗୁଁ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ଲୋକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments