ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ, ଭୟଭୀତ ଅବସ୍ଥାରେ ଗାଁଲୋକେ

Date:

Share post:

ରେଢ଼ାଖୋଲ, (୨୬/୦୬) : ଆପ୍ର : ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ । ଜଙ୍ଗଲରୁ ଆସି ଆତଙ୍କ ମଚାଇଛନ୍ତି । ଭୟଭୀତ ଅବସ୍ଥାରେ ଗାଁଲୋକେ ।

ଘରୁ ବାହାରି ପାରୁନାହାଁନ୍ତି । ନାକେଦମ ହେଲାଣି ବନବିଭାଗ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳୀଗଡ ସେକ୍ସନରେ ବଣୁଆ ହାତୀପଲଙ୍କ ଉପଦ୍ରବ । ସଞ୍ଜ ନଇଁଲେ ଜଙ୍ଗଲରୁ ମାଳମାଳ ହାତୀ ଆସି ଗାଁରେ ଆମ୍ବ,ପଣସ,କଦଳୀ ଖାଇଦେବା ସହ ଗଛ ଭାଙ୍ଗି ନଷ୍ଟ କରୁଛନ୍ତି । ରାସ୍ତାରେ ଲୋକଙ୍କୁ ମାରିବାକୁ ଗୋଡାଉଛନ୍ତି । ହାତୀକୁ ନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଘରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସେପଟେ ବନବିଭାଗ ହାତୀ ଘଉଡାଇବାକୁ ଯାଇ ନାକେଦମ ହେଲାଣି । ବିଭିନ୍ନ ସମୟରେ ବନବିଭାଗ କର୍ମଚାରି ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ହେଲେ ହାତୀ ଉପଦ୍ରବରେ ଲୋକଙ୍କ କ୍ଷୟକ୍ଷତି କମୁନଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...