Homelocalଖଡ୍ଗ ନଦୀରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ

ଖଡ୍ଗ ନଦୀରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ

ବାଲିଗୁଡା, (୨୬/୦୮) : ଆପ୍ର : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା

ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ । ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ ଶ୍ବଶୁର ଓ ବୋହୂ ବୋଲି ଜଣାପଡିଛି । ନିଖୋଜ ଗୁନ୍ଦାନା ମଳିକ ଓ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁର ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଗତକାଲି ଖୋଜା ଖୋଜି କରିଥିଲେ ଉଭୟଙ୍କ ସନ୍ଧାନ ମିଳି ପାରିନାହିଁ । ଗତକାଲି ଅପରାହ୍ନରେ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ବୋହୁଙ୍କ ଗାଁ ଫିରିଙ୍ଗିଆ ଥାନା ସମରବନ୍ଧ ପଞ୍ଚାୟତର ଏଜକ ଗାଁକୁ ଏକ ଶୁଦ୍ଧ ଘରରେ ଯୋଗ ଦେବାକୁ ଗୁନ୍ଦାନାଙ୍କ ସପରିବାର ଯାଇଥିଲେ । ଶୁଦ୍ଧ କାର୍ଯ୍ୟ ସାରି ଡ଼ଙ୍ଗାରେ ଖଡ୍ଗ ନଦୀ ପାର ହୋଇ ଫେରୁଥିବା ବେଳେ ହଠାତ ଡ଼ଙ୍ଗା ଓଲଟି ଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଗତକାଲି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ବି ନିଖୋଜ ବୋହୂ ଓ ଶଶୁ ଙ୍କ ସନ୍ଧାନ ମିଳି ପାରିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments