Homelocalକୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (୧୨/୦୭) : ଆପ୍ର : ବଲାଙ୍ଗିର କୁଟୁମ୍ବଡୋଲା କ୍ଲଷ୍ଟର ଅନ୍ତର୍ଗତ ସିଆଲବାହାଲି ୟୁ.ଜି.ଏଚ.ଏସ. ପରିସରରେ ଚାରିଜଣ ସମ୍ମାନିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକାଳ ସମାପ୍ତ କରି ସେବାନିବୃତ୍ତ ହୋଇଥିବା ଚାରିଜଣ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ପାଣ୍ଡିଆ, କିରାଣୀ ମଳୟ ମିଶ୍ର, ଶ୍ରୀମତୀ କାଦମ୍ବିନୀ ମିଶ୍ର ଏବଂ ଶ୍ରୀମତୀ କୁନି ମିଶ୍ରଙ୍କୁ ଏହି ଅବସରରେ କ୍ଲଷ୍ଟର ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉମେଶ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ସଭାପତି ଭାବେ ରବୀନ୍ଦ୍ର ଠେଟୁଆଲ ଆସନ ଅଳଂକୃତ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଯୋଗଦେଇ ବିଦାୟୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଶିକ୍ଷାଦାନ କ୍ଷେତ୍ରରେ ଥିବା ଅତୁଳନୀୟ ଅବଦାନ ଓ ନିଷ୍ଠାପର ସେବାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ । ସମଗ୍ର ସଭା କାର୍ଯ୍ୟକୁ ସୁଧାଂଶୁ ପଟେଲ ଅତି ସୂଚାରୁ ରୂପେ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁବଳ ଭୋଇ, ପ୍ରଶାନ୍ତ କୁମାର ମେହେର, ଚୈତନ୍ୟ ଦନ୍ତା, ନରେଶ ମେହେର, ଅଶୋକ କୁମାର ଖମାରୀ, ଈଶ୍ୱର ବିଶ୍ୱାଳ, ଚିତ୍ତ ରଞ୍ଜନ ମେହେର, ଶିବ ନାରାୟଣ ବ୍ରହ୍ମା, ମହେଶ ମଲ୍ଲିକ, ବିଷ୍ଣୁ ପ୍ରସାଦ ସାହୁ, ଶ୍ରୀମତୀ ପଦ୍ମାଳୟା ଷଡ଼ଙ୍ଗୀ, ଶ୍ରୀମତୀ ଦୀପ୍ତି ମୟୀ ବେହେରା, ଶ୍ରୀମତୀ ଅନୁରାଧା ମିଶ୍ର, ଶ୍ରୀମତୀ ସାନ୍ତା ଜେନା, ଶ୍ରୀମତୀ ସୁରଭି ହୋତା, ଶ୍ରୀମତୀ ବିଳାସିନୀ ମାଝୀ, ଶ୍ରୀମତୀ ଶେଫାଳିକା ପାଣିଗ୍ରାହୀ, ଶ୍ରୀମତୀ ଭୁବନମୟୀ ପ୍ରଧାନ, ଶ୍ରୀମତୀ ଲିସା ଦାଶ, ଶ୍ରୀମତୀ ଟିକି ଧାରୁଆ, ଶ୍ରୀମତୀ ରେଣୁକା ମାଝୀ, ଶ୍ରୀମତୀ ଅନୁପମା ମିଶ୍ର, ଶ୍ରୀମତୀ ସୁଷମା ପଧାନ, ସୁଦିପ ମେହେର, ଶ୍ୟାମ ମରପାଚି, ସୁବୀର ଚନ୍ଦ୍ର ବିଶି, ଦୀପକ କୁମାର ଗୁରୁ, ସୁଜିତ ପଟେଲ, ପିତାମ୍ବର ପଧାନ, ସ୍ନେହଲତା ପଧାନ, ଦିପେଶ ଭୁଏ, ଐଶର୍ଯ୍ୟା ସାହୁ, ସୁଦେଷ୍ଣା ମହାନା, ସୁବ୍ରତ କୁମାର ଭୋଇ, ଶ୍ରବଣ କୁମାର ପଟେଲ କୁଟୁମ୍ବଡୋଲା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସମସ୍ତ ବିଦାୟୀ ଶିକ୍ଷକ ବୃନ୍ଦ କ୍ଲଷ୍ଟରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments