Homelocalବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨୨ରେ ଗଭୀର ଅବପାତ ସମ୍ଭାବନା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨୨ରେ ଗଭୀର ଅବପାତ ସମ୍ଭାବନା

ଭୁବନେଶ୍ୱର, (୨୦/୦୯) : ଆପ୍ର : ବଙ୍ଗୋପସାଗରରେ ଲଘୁଚାପ । ୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଶକ୍ତିଶାଳୀ ପାଣିପାଗ ସିଷ୍ଟମ୍ ।

ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସେପ୍ଟେମ୍ବର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ କ୍ରମଶଃ ଘନୀଭୂତ ହେବ । ବର୍ତ୍ତମାନ ନଜର ରହିଛି ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଉପରେ । କାରଣ ୨୧ ତାରିଖ ବେଳକୁ ସିଷ୍ଟମ୍ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବଂ ୨୨ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

IMD ପୂର୍ବରୁ ଏହି ସିଷ୍ଟମ୍ ର ଗଠନ ଉପରେ ନଜର ରଖିଥିଲା । ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଥିଲା । ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ IMD ପୂର୍ବାନୁମାନ କରିଥିଲା । IMDର ପୂର୍ବ ସୂଚନାରେ ସିଷ୍ଟମ୍ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦିଗକୁ ଆଗେଇବାର ସଙ୍କେତ ଦିଆଯାଇଥିଲା । ସିଷ୍ଟମ୍ ଶକ୍ତିଶାଳୀ ହେବା ସହ ବଙ୍ଗୋପସାଗରରେ ପବନର ବେଗ ବଢ଼ିବ ଏବଂ ସମୁଦ୍ର ଅଶାନ୍ତ ହୋଇପାରେ । ଏହି କାରଣରୁ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଗୁରୁତ୍ୱପୂର୍ଣ୍ଣ ହୋଇଛି।

ଆଣ୍ଡାମାନ-ନିକୋବର ପାଇଁ IMD ଆଜି ପ୍ରବଳ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନର ସମ୍ଭାବନା ମଧ୍ୟ ଦର୍ଶାଯାଇଛି । ଘରୋଇ ପାଣିପାଗ ସଂସ୍ଥା ଅନୁସାରେ, ସିଷ୍ଟମ୍ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଦେଇ ଆଗକୁ ବଢ଼ି ୨୨ ସେପ୍ଟେମ୍ବର ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ଶକ୍ତି ହାସଲ କରିପାରେ । ଏହାପରେ ମଧ୍ୟ ସିଷ୍ଟମ୍ କୁ ଅଧିକ ଶକ୍ତିଶାଳୀ ହେବା ପାଇଁ ପାଣିପାଗ ଅନୁକୂଳ ରହିଲେ ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ରହିଛି । ସିଷ୍ଟମ୍ ନିଶ୍ଚିତ ଭାବେ ବାତ୍ୟା ହେବ କି ନାହିଁ, ତାହା ଆଗାମୀ ୨ରୁ ୩ ଦିନରେ ଏହାର ଗଠନ ଓ ଘନୀଭୂତ ହେବାର ଗତି ଅଧିକ ସ୍ପଷ୍ଟ କରିବ । ଏହାର ନାଁ ହେବ ‘ଅର୍ଣ୍ଣବ’ (Arnab) । ଏହି ନାଁ ବାଂଲାଦେଶ ପକ୍ଷରୁ ଦିଆଯାଇଛି । ତେବେ ଏବେ ଏହାକୁ ‘ଅର୍ଣ୍ଣବ’ କହିବା ଠିକ୍ ହେବ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments