Homelocalତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଇକିଆ ବ୍ଲକ ସରପଞ୍ଚ ସଂଘର ଦାବି

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଇକିଆ ବ୍ଲକ ସରପଞ୍ଚ ସଂଘର ଦାବି

ରାଇକିଆ, (୧୨/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସରପଞ୍ଚ ସଂଘ ପକ୍ଷରୁ ସରପଞ୍ଚ ଚାମେଲି ଓଝାଙ୍କୁ ସମର୍ଥନ କରି ଏକ ଦାବିପତ୍ର ରାଇକିଆ ବ୍ଲକ ବିଡିଓ ସବ୍ୟସାଚୀ ସାହୁଙ୍କୁ ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମ ପଞ୍ଚାୟତର ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟ ସ୍ତରୀୟ ସରପଞ୍ଚ ସଙ୍ଘ ଦ୍ୱାରା ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମରେ ଅସହଯୋଗ କରାଯିବା ଆହ୍ୱାନ କ୍ରମେ ରାଇକିଆ ବ୍ଲକ ସରପଂଚ ସଂଘ ପକ୍ଷରୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସରକାରୀ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ଉଲ୍ଲିଖିତ ମାନପତ୍ର ପ୍ରଦାନ କରିଥିଲେ, ଏହି ଦାବିପତ୍ର ପ୍ରଦାନ ଅବସରରେ ସରପଞ୍ଚ ସଂଘ ସଭାପତି ଅକ୍ଷୟ କୁମାର ପ୍ରଧାନ,ସରପଞ୍ଚ ବୃନ୍ଦ ଗୀତାଞ୍ଜଳୀ ନାୟକ, ସୁରଞ୍ଜନ ପ୍ରଧାନ, ରବି ନାୟକ, ସାନୁଜ ପ୍ରଧାନ, ଝୁଲି ପ୍ରଧାନ,ବନିତା ମଲ୍ଲିକ୍, ପୁଷ୍ପାଞ୍ଜଳି ପ୍ରଧାନ ପ୍ରମୁଖ ଭାବେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments