Homelocalବାମପନ୍ଥୀ ଦଳଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ବାମପନ୍ଥୀ ଦଳଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ଗୁଣପୁର – ୧୦/୮/୨୬ : ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ଓ ସ୍ଵାଧୀନ ଫେଡେରେସନ ଆନୁକୁଲ୍ୟରେ AIKM, AICCTU, INTUC, CITU, AITUC ଓ ଅନ୍ୟାନ୍ୟ ସଂଗଠନ ତରଫରୁ ରାୟଗଡା pwd ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା ।dcd9159f 23a0 41ef 897d 87a69b8893cd

ଚାରୋଟି ଶ୍ରମକୋଡ଼ ବାତିଲ, ୮ ଘଣ୍ଟିଆ କାର୍ଯ୍ୟଦିବସ, ବୃତ୍ତିଗତ ଓ କାର୍ଯ୍ୟକ୍ଷେତ୍ର ନିରାପତ୍ତା, ସଂଗଠନ ପଞ୍ଜିକରଣ, ଧର୍ମଘଟ ଅଧିକାର ଉପରେ ଥିବା କଟକଣା ପ୍ରତ୍ୟାହାର, ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ , ଚାଷୀର ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ , ଭି.ବି.ଗ୍ରାମଜି ଆଇନ ଉଚ୍ଛେଦ, ଏମ୍.ଏନ୍.ଆର ଇ ଜି ଏ ପୁର୍ନବାହାଲ, ସେହି କାମ ପାଇଁ ଦୈନିକ ମଜୁରୀ ୭୦୦ ଟଙ୍କା ,ଚାଷୀ ଋଣ ଛାଡ଼ ,ଅସଂଗଠିତ ଓ ସ୍କିମ ଶ୍ରମିକଙ୍କ ସର୍ବନିମ୍ନ ମାସିକ ମଜୁରୀ ୪୨୦୦ ଟଙ୍କା , ବିଦ୍ୟୁତ ସଂଶୋଧନ ବିଲ – ୨୦୨୫ ବାତିଲ, ବିଦ୍ୟୁତ୍ ଘରୋଇକରଣ ବନ୍ଦ, ଶାନ୍ତି ଆଇନ ରଦ୍ଦ କର ,ଅସମ ବାଣିଜ୍ୟ ଚୁକ୍ତି ବାତିଲ , ସରକାରୀ ସଂସ୍ଥା, ବିଭାଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ଠିକାକରଣ, ଆଉଟସୋସିଂ ନୀତି ବାତିଲ, ପ୍ରାକୃତିକ ସଂପଦର ବିକ୍ରି ବନ୍ଦ, ଜାତୀୟ ମୁଦ୍ରାକରଣ ନୀତି ବାତିଲ, ଇ.ପି.ଏସ୍. ପେନସନ, ନୂଆ ପେନସନ୍/ୟୁ.ପି.ଏସ୍. ବାତିଲ କରି ପୁରୁଣା ପେନସନ୍ ବ୍ୟବସ୍ଥା ପ୍ରଚଳନ , ସମବାୟ ସଂସ୍ଥା ଅଧୀନରେ କୃଷିର ଆଧୁନିକୀକରଣ , ସମସ୍ତ ଖାଲିଥିବା ସ୍ଥାନ ଓ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ , ସମସ୍ତ ପ୍ରକାରର ଶ୍ରମିକ ଯଥା ଚୁକ୍ତିଭିତ୍ତିକ, ଦୈନିକ – କାଜୁଆଲ, ଘରୋଇ ଶ୍ରମିକ, ସ୍ଵ ମାଲିକାନା ଶ୍ରମିକ, ଠିକା ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ସୁରକ୍ଷା ଯୋଜନା କ୍ଷେତ୍ରରେ ଥିବା କଟକଣା ଦୂର , ଦରଦାମ ବୃଦ୍ଧି ବନ୍ଦ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପ୍ରତ୍ୟାହାର , ସାର୍ବଜନିନ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବା , ଜମି ଅଧିଗ୍ରହଣ, ପୁର୍ନବାସ ଓ ପୁନଃବନ୍ଦୋବସ୍ତ ଆଇନ (LARR) କଡ଼ାକଡ଼ି ଲାଗୁ, ଆନ୍ତର୍ଜାତୀୟ ଶ୍ରମ ସଂଗଠନର ସନନ୍ଦ ,୮୭, ୯୮, ୧୯୦ କୁ ଅନୁମୋଦନ ଏବଂ ୧୧୪ ତମ ଭାରତୀୟ ଶ୍ରମ ସମ୍ମିଳନୀର ଗିଗ୍, ପ୍ଲାଟଫର୍ମ ଶ୍ରମିକଙ୍କ ସଂପର୍କୀତ ନିଷ୍ପଭିକୁ ଅନୁମୋଦନ , ନିଟ୍ ଓ ସି.ବି.ଏସ୍.ଇ. ପରୀକ୍ଷା ଦୁର୍ନୀତି ଓ ପ୍ରଶ୍ନପତ୍ର ପ୍ରଘଟର ଯାଞ୍ଚ, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଶିକ୍ଷା କ୍ଷେତ୍ରରେ ବଜେଟ୍ ବୃଦ୍ଧି ।b4900290 8a1f 42bd b695 996ccdc06592

ସ୍ୱାସ୍ଥ୍ୟକୁ ଏକ ଅଧିକାର ଭାବେ ଗ୍ରହଣ, ଇ.ଏସ୍.ଆଇ.ସି. ଯୋଜନାର ପରିସର ବୃଦ୍ଧି, ସ୍ୱାସ୍ଥ୍ୟ ବଜେଟ ବୃଦ୍ଧି, ପାନୀୟ ଜଳ, ପରିମଳ ଓ ଆଶ୍ରୟସ୍ଥଳ ଆଦିରେ ସଂପୂର୍ଣ୍ଣ ସରକାରୀ ସେବା , ୟୁ.ଏ.ପି.ଏ. ଓ ଭାରତୀୟ ନ୍ୟାୟ ସଂହିତାର କଠୋର ବ୍ୟବସ୍ଥା ବାତିଲ , ଅଧିକ ଧନାଜ୍ୟ ବ୍ୟକ୍ତିଙ୍କ ଉପରେ ସଂପରି କର ଲାଗୁ ଏବଂ ଆୟକର ହାର ବୃଦ୍ଧି ଓଡ଼ିଶାରେ ବନ୍ୟାରେ ମୃତକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ, ଆହତଙ୍କୁ ଚିକିତ୍ସା, ବାସଗୃହ, ଫସଲ ଓ ପ୍ରାଣୀଧନ କ୍ଷତିର ସଂପୂର୍ଣ କ୍ଷତିପୂରଣ, ଦୀର୍ଘ ମିଆଦି ପ୍ରତିକାର ପାଇଁ ନଦୀଜଳ ଓ ବନ୍ୟା ଜଳ ସଂରକ୍ଷଣ ପାଇଁ ଛୋଟ ବଡ଼ ଡ୍ୟାମ ନିର୍ମାଣ କରିବା ନେଇ ବିଭିନ୍ନ ନେତା ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ସଂଗଠନ ନେତା ମାନେ ହେଲେ ଭବାନୀ ଶଙ୍କର ଜେନା INTUC, ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଅନିରୁଦ୍ଧ ନିଶିକା, କ୍ରିଷ୍ଣା ପାଲକା, ଆଛାନା ମଣ୍ଡାଙ୍ଗି AICCTU, AIKM, ବଲରାମ କୌଶଲ୍ୟା, ନିରଞ୍ଜନ ପାତ୍ର, ମୁଖିର ଲିମା AIUTUC ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments