Homelocalରାଜ୍ୟରେ କାଲିଠୁ ବଦଳିବ ପାଗ, କମିବ ବର୍ଷା

ରାଜ୍ୟରେ କାଲିଠୁ ବଦଳିବ ପାଗ, କମିବ ବର୍ଷା

ଭୁବନେଶ୍ୱର, (୦୭/୦୭) : ଆପ୍ର : ରାଜ୍ୟରେ କାଲିଠୁ ବଦଳିବ ପାଗ । କମିବ ବର୍ଷା । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଅବପାତ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଦେଇ ଗତି କରିବ । ଓଡ଼ିଶାରେ କମିବ ବର୍ଷାର ପରିମାଣ। ତେବେ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲାସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ସୋନପୁର ନୂଆପଡ଼ା ଓ ବଲାଙ୍ଗିର ।

ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ତେବେ ଏହି ସମୟ ମଧ୍ୟରେ ପୂରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରକୁ ୟେଲୋ ସତର୍କତା ଜାରି ହୋଇଛି ।

୮ତାରିଖ ପାଇଁ କେବଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବାଧିକ ୩୨୮ . ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୨ଟି ସହରରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୨୬୫. ୮ ମିଲି ମିଟର ଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ୩ ଜିଲ୍ଲା ସୁନ୍ଦରଗଡ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments