ରାଜନଗର, (୧୬/୦୬) : ଆପ୍ର : କେନାଲରୁ ୧୮ଫୁଟର ବଉଳା କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜରିମୂଳ ଗାଁ ନିକଟସ୍ଥ କେନାଲରୁ କୁମ୍ଭୀରରୁ ଉଦ୍ଧାର କରିଛି ରାଜନଗର ବନବିଭାଗ ।
ଗତ କିଛିଦିନ ହେବ ଏହି କୁମ୍ଭୀରଟି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମାଛ ଖାଇବା ପାଇଁ ଏଠାକୁ ଚାଲି ଆସିଥିଲା । ସ୍ଥାନୀୟ ଲୋକେ କୁମ୍ଭୀର ଭୟରେ କେନାଲ ପାର ହୋଇ ତାଙ୍କ ଜମିକୁ ଯାଇ ପାରୁନଥିଲେ । ଗତ ଦୁଇ ବର୍ଷ ତଳେ ଏହି ସ୍ଥାନରୁ କୁମ୍ଭୀରଟି ଜଣେ ମହିଳାଙ୍କୁ ମଧ୍ୟ ଟାଣି ନେଇଥିଲା । ଅଭିଯୋଗ ପରେ କୁମ୍ଭୀରକୁ ଧରିବା ପାଇଁ ବାରମ୍ବାର ଉଦ୍ୟମ କରି ମଧ୍ୟ ବନବିଭାଗ ଫେଲ ମାରିଥିଲା । ଆଜି କେନାଲର ଦୁଇ ପାର୍ଶ୍ୱରେ ଜାଲ ଦେଇ କୁମ୍ଭୀରକୁ ଉଦ୍ଧାର କରିବାରେ ବନ ବିଭାଗ ସଫଳ ହୋଇଛି ।

