Homelocalସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାରେ ଦକ୍ଷିଣ ଓଡ଼ିଶା ଦକ୍ଷତା ସମ୍ମିଳନୀ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାରେ ଦକ୍ଷିଣ ଓଡ଼ିଶା ଦକ୍ଷତା ସମ୍ମିଳନୀ

ରାୟଗଡା, (୧୧/୦୭) : ଆପ୍ର : ଉଇ ଫର୍ ୟୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଦକ୍ଷିଣ ଓଡ଼ିଶା ଦକ୍ଷତା ସମ୍ମିଳନୀ ଆୟୋଜିତ ହୋଇଥିଲା ।

“ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣ, ନିଯୁକ୍ତି ଏବଂ ସ୍ୱାବଲମ୍ବନ” ଶୀର୍ଷକକୁ କେନ୍ଦ୍ର କରି ଆୟୋଜିତ ଏହି ସମ୍ମିଳନୀରେ ସରକାରୀ ଅଧିକାରୀ, ଶିଳ୍ପ ସଂସ୍ଥାର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଯୋଗଦେଇ ଅନ୍ତର୍ଭୁକ୍ତିମୂଳକ ଜୀବିକା ସୁଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ରାୟଗଡ଼ା ବିଧାୟକ କାଡ୍ରାକା ଆପଲା ସ୍ୱାମୀ ଏବଂ ରାଜ୍ୟ ଅବସରପ୍ରାପ୍ତ ଭିନ୍ନକ୍ଷମ କମିଶନରେଟ୍‌ର ପୂର୍ବତନ କମିଶନର ବ୍ରତତୀ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଟାଟା ପାୱାର, ହିଣ୍ଡାଲକୋ, ଜେକେ ପେପର, ନାଲକୋ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ଓ ପ୍ରତିନିଧିମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି, ଉଦ୍ୟୋଗ, ସୁଗମ ପରିବେଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ପାଇଁ ସରକାର, ଶିଳ୍ପ ସଂସ୍ଥା ଓ ସମାଜର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଧାୟକ କାଡ୍ରାକା ଆପଲା ସ୍ୱାମୀ କହିଥିଲେ ଆମେ ସମସ୍ତେ ଜାଣୁଛୁ ଦିବ୍ୟାଙ୍ଗ ସେବା ହେଉଛି ନାରାୟଣ ସେବା ।

କିନ୍ତୁ ଏହି ସେବା କେବଳ ଭାଷଣ, ବ୍ୟାନର କିମ୍ବା ଫଟୋରେ ସୀମିତ ନ ରହି, ଦିବ୍ୟାଙ୍ଗମାନଙ୍କ ହାତରେ ରୋଜଗାର, ଦକ୍ଷତା ପ୍ରଶିକ୍ଷଣ ଓ ସ୍ୱାବଲମ୍ବନର ସୁଯୋଗ ପହଞ୍ଚାଇବାରେ ପରିଣତ ହେବା ଦରକାର । ସେତେବେଳେ ହିଁ ଏଭଳି କାର୍ଯ୍ୟକ୍ରମର ପ୍ରକୃତ ସଫଳତା ସାବ୍ୟସ୍ତ ହେବ । ଯଦି ଏହି ଉଦ୍ୟମ କେବଳ ଦେଖାଣିଆ କାର୍ଯ୍ୟକ୍ରମରେ ସୀମିତ ରହେ, ତେବେ ଦିବ୍ୟାଙ୍ଗମାନଙ୍କ ସ୍ୱାର୍ଥରେ ଆମେ ନିଶ୍ଚିତ ଭାବେ ସ୍ୱର ଉଠାଇବୁ । କାରଣ ଆମର ରାଜନୀତି କ୍ଷମତା ପାଇଁ ନୁହେଁ, ବରଂ ଲୋକଙ୍କ ଅଧିକାର ପାଇଁ ରହୁଛୁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments