Homecrimeସୁନା ଦୋକାନରୁ କାନ୍ଥ କଣା କରି ଲୁଟ୍ ଘଟଣା, ମୁଖ୍ୟ ଅଭିଯୁକ୍ତ

ସୁନା ଦୋକାନରୁ କାନ୍ଥ କଣା କରି ଲୁଟ୍ ଘଟଣା, ମୁଖ୍ୟ ଅଭିଯୁକ୍ତ

ରାଉରକେଲା, (୨୪/୧୧) : ଆପ୍ର : କାନ୍ଥ କଣା କରି କରୁଥିଲେ ଲୁଟ । ଆନ୍ତଃରାଜ୍ୟ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

ଗତ ଫେବ୍ରୁଆରୀ ମାସରେ ଝିରପାଣି ଥାନା ସ୍ଥିତ ଏକ ସୁନା ଦୋକାନରୁ ଚୋରି ନେଇ ରାଉରକେଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା । ଗ୍ୟାଙ୍ଗର ଜଣେ ସଦସ୍ୟ ମହମ୍ମଦ ଅଜହର ଅଲ୍ଲୀକୁ ପୋଲିସ ଝାଡ଼ଖଣ୍ଡର ରାଧାନଗର ଥାନା ଅଞ୍ଚଳର ମୁର୍ଗିଟୋଲାରୁ ଗିରଫ କରିଛି । ଏଥିରେ ମୋଟ ୭ ଜଣ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ।

ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ସଇଦୁଲ ସେଖ ଓରଫ ସୟାଦ ଇସଲାମକୁ ମୁମ୍ବାଇ ପୋଲିସ ଏବଂ ରବି ମଣ୍ଡଳ ଓରଫ ଉଜ୍ଜ୍ୱଳ ମଣ୍ଡଳକୁ ବିହାର ପୋଲିସ ଚୋରି ମାମଲାରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତନିକଟରୁ ସୁନା, ରୁପା ଅଳଙ୍କାର ସମେତ ମୋବାଇଲ, ଗ୍ୟାସ୍ ସିଲିଣ୍ଡର, ଗ୍ୟାସ୍ କଟର ପାଇପ୍, ଲୁହା ଶାବଳ, ପ୍ଲାସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଝାରଖଣ୍ଡ ପୋଲିସ ଓ ରାଜମହଲ ଏସଡିପିଓଙ୍କ ସହଯୋଗରେ ଏହି ଗିରଫଦାରୀ ସମ୍ଭବ ହୋଇପାରିଥିବା କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments