Homelocalରାସ୍ତା ପାଇଁ ୨ ଦିନର ସତ୍ୟାଗ୍ରହ, ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ରାସ୍ତା ପାଇଁ ୨ ଦିନର ସତ୍ୟାଗ୍ରହ, ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ରାୟଗଡ଼ା, (୨୫/୧୧) : ଆପ୍ର : ଦୁଇ ଦିନର ସତ୍ୟାଗ୍ରହ ସ୍ଥଗିତ । ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ସତ୍ୟାଗ୍ରହକୁ ସ୍ଥଗିତ ରଖିଛନ୍ତି ଗ୍ରାମବାସୀ ।

ଗାଁ’କୁ ରାସ୍ତା ଦାବି କରି ଚଳାଇଥିଲେ ଆନ୍ଦୋଳନ । ଗତ ୨ ଦିନ ଧରି ରାୟଗଡ଼ା ପୂଜାରୀବମ୍ବୁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ବସିଥିଲେ । ପରେ ସତ୍ୟାଗ୍ରହ ସ୍ଥଳକୁ ଜିଲ୍ଲାପାଳ ନଆସିବାରୁ ଗତକାଲି ସଂନ୍ଧ୍ୟାରେ ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଥିଲା । ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ମଧ୍ୟ ସତ୍ୟାଗ୍ରହୀ ମାନେ ପଦଯାତ୍ରା ଆରମ୍ଭ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଗତକାଲି ରାତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର କୋଲନରା ଗାଁରେ ପହଞ୍ଚି ଲୋକ ମାନଙ୍କ ସହ ଆଲୋଚନା କରିବା ସହ ୭ ଦିନ ମଧ୍ୟରେ ଭିବିଜିରାମଜୀ ଯୋଜନାରେ ରାସ୍ତା କାମ ଆରମ୍ଭ ହେବ ଏବଂ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ପୂଜାରୀବମ୍ବୁ ଗ୍ରାମକୁ ପ୍ରଶାସନ ପୌଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ସହ ସମସ୍ତ ଆନୁସଙ୍ଗିକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପଦଯାତ୍ରା ବନ୍ଦ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments