Homebreaking newsଗାଁ ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍

ଗାଁ ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍

ନୟାଗଡ଼, (୨୧/୧୧) : ଆପ୍ର : ଯୁବକଙ୍କୁ ଗଳାକାଟି ମାରିଦିଆ ଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ନୟାଗଡ଼ ଟାଉନ ଥାନା ଭାଟସାହି ଗାଁର ବିଜୟ ବେହେରା ।

ଯୁବକଙ୍କ ମୃତଦେହ ଗାଁ ନିକଟ କେନାଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ l ଟାଉନ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଆଜି ସକାଳୁ ବିଜୟ ବିଲକୁ ଆସିଥିବା ବେଳେ କେହି ତାଙ୍କୁ ମାରିଥିବା ସନ୍ଦେହ କରାଯାଉଛି l ପୂର୍ବରୁ ଟଙ୍କା କାରବାରକୁ ନେଇ ଗାଁ’ର କିଛି ବ୍ୟକ୍ତିଙ୍କ ସହ ବିଜୟଙ୍କ ବିବାଦ ଥିଲା l ସେହି କାରଣରୁ ତାଙ୍କୁ କେହି ମାରିଥିବା ନେଇ ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments