ବଲାଙ୍ଗିର, (୨୧/୧୧) : ଆପ୍ର : ଜୀବନ ନେଇଗଲେ ମହୁମାଛି । ଗାଧୋଇବାକୁ ଯାଇଥିଲେ, ହଠାତ୍ ମାଡ଼ି ଆସିଲେ ମହୁମାଛି ।
ମହୁମାଛିଙ୍କ ଭୟଙ୍କର ଆକ୍ରମଣରେ ଚାଲିଗଲା ଗୋଟିଏ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ମୁରିବାହାଲ ପତ୍ରାପାଲି ଗାଁରେ । ମୃତକ ହେଉଛନ୍ତି ପକ୍ଷୀରାଜ ଘିବେଳା । ସେ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ମହୁମାଛି ପଲ ଉଡ଼ିଆସି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନା ଓ ପରେ ଅଚେତ ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l

