ସୁବର୍ଣ୍ଣପୁର, (୦୨/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟି ଗ୍ରାମ ୫୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ସମ୍ପାଦକ ସମସ୍ତ ସଦସ୍ୟା, ଗ୍ରାମର ଓ ପଡୋଶୀ ଗ୍ରାମର ସମୁଦାୟ ଶହ ଶହ ମହିଳା ଗତକାଲି ବିନିକା ଥାନାକୁ ଆସି ମଦ ଓ ନିଶା ଦ୍ରବ୍ୟ ବନ୍ଦ ବିରୁଦ୍ଧରେ ଥାନା ସମ୍ବୁଖରେ ବିଭିନ୍ନ ନାରା ଦେଇ ଥାନା ଏସ ଆଇ ମରୁତ ଚନ୍ଦ୍ର ପଧାନଙ୍କୁ ବେଆଇନ ମଦ ଦୋକାନ ବନ୍ଦ କରିବା ପାଇଁ ଦାବିପତ୍ର ଦେଇଥିଲେ ।
ପରେ ଥାନାରୁ ଏକ ବିରାଟ ରାଲି ରେ ବାହାରି ତହସିଲ ଅଫିସ କୁ ପହଞ୍ଚି ତହସିଲଦାର ରଶନା ଭୋଇ ଅଫିସ ରେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଶିବ ଶଙ୍କର ମିଶ୍ର ଙ୍କୁ ଦାବିପତ୍ର ଦେଇ ପୁଣି ଅବକାରୀ କାର୍ଯ୍ୟାଳୟ କୁ ଯାଇ ଅବକାରୀ ଅଧିକାରୀ ବୁଦ୍ଧଦେବ ପୁଟେଲ ଙ୍କୁ ଦାବିପତ୍ର ଦେଇଥିଲେ l ମହିଳା ମାନଙ୍କ କହିବା ଅନୁଯାଇ ସିଲାଟି ଗ୍ରାମରେ ରନ୍ଧା ଦେଶୀ ମଦ ପାଉଚ ମଦ ଗଂଜେଇ କଫ ସିରଫ, ଆଦି ନିଶା ନିଶା ଦ୍ରବ୍ୟ ଗ୍ରାମର ମଧ୍ୟ ଭାଗ ଓ ଚତୁର୍ପାଶ୍ୱ ରେ ବିକ୍ରି କରାଯାଉଥିବାରୁ ଗାଁ’ର ପରିବେଶ ଅଶାନ୍ତ ହେଉଛି ମହିଳା ମାନେ ଘରୁ ବାହାରଜୁ ଯିବାକୁ ଭୟ କରୁଛନ୍ତି । ଏପରିକି ମଦୁଆ ଙ୍କ ଉତ୍ପାତ ଯୋଗୁଁ ଦିନରେବି ସ୍କୁଲ କଲେଜ ଛାତ୍ରୀ ମାନେ ଭୟରେ ଯିବା ଆସିବା କରୁଛନ୍ତି ମଦ୍ୟପ ମାନେ ଘରକୁ ଆସି ସ୍ତ୍ରୀ ପିଲା ଛୁଆ ଙ୍କୁ ମାଡ଼ ମାରୁଛନ୍ତି ।
ସରକାର ମହିଳାଙ୍କ ଉନ୍ନତି ଓ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଯୋଜନା କରୁଥିବା ବେଳେ ଘରେଘରେ ମଦ ମିଳୁଥିବା ରୁ ମହିଳା ଙ୍କ ପରିଶ୍ରମ ର ଧନ ପୁରୁଷ ମାନେ ମଦ ପିଇବାରେ ଖର୍ଚ୍ଚ କରୁଛନ୍ତି । ଯଦି ମଦ ବନ୍ଦ କରା ନ ଯାଏ ତାହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ବିଗତ ଦିନରେ ବିଭିନ୍ନ ଗ୍ରାମର ମହିଳା ଅନୁରୂପ ଭାବେ ଆସି ମଦ ବନ୍ଦ ପାଇଁ ଦାବିପତ୍ର ଦେଇଥିଲେ ହେଁ ଓ ଗତ ୨୮ସେପ୍ଟେମ୍ବର ରେ ଗନିଆଁ ଫାଣ୍ଡି ଅନ୍ତର୍ଗତ ଅଡାକସା ଗ୍ରାମ ର ଶତାଧିକ ମହିଳା ଆସି ଦାବିପତ୍ର ଦେଇଥିଲେ । କିନ୍ତୁ ମଦ ବିକ୍ରି ବନ୍ଦ ହୋଇନଥିବା ପ୍ରକାଶ କରିଛନ୍ତି l ସନ୍ତୋଷିନୀ ଭୋଇ, ନନ୍ଦିନୀ ଭୋଇ, ମିନତୀ ଝଙ୍କାର, ଯଂଜ୍ଞ ଭୁଏ, ପଦ୍ମିନୀ ସାହୁ, ସତ୍ୟଭାମା ଭୁଏ,ଅନ୍ନପୂର୍ଣ୍ଣା ଝଙ୍କାର, ସୁନାଫୁଲ ଛତ୍ରିଆ, ମିଳି ଖମାରୀ, ଯମୁନା ମହଲା, କୁନ୍ତୀ ମୁଖି,ସୌଦାମିନୀ ଧରୁଆ,ବୈଜୟନ୍ତୀ ସାହୁ ଆଦି ପାଞ୍ଚ ଶହରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲେ ।

