Homelocalଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (୦୨/୧୦) : ଆପ୍ର : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲାରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି ।WhatsApp Image 2026 10 03 at 09.54.15

ଏହି ଅବସରରେ ଭୋର ୪ଟା ୩୦ ମିନିଟ୍‌ରେ ଏକ ଯାନ ମାଧ୍ୟମରେ ସମଗ୍ର ସହରରେ ରାମଧୁନ୍‌ ପରିବେଷଣ କରାଯାଇଥିଲା । ପରେ ସକାଳ ୮ଟା ୩୦ ମିନିଟ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିସହ ନିକଟସ୍ଥ ଦାଣ୍ଡୀ ଯାତ୍ରା ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ, ଡିଭିଜନାଲ୍ ଫରେଷ୍ଟ ଅଫିସର ବିଶ୍ୱଜିତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନଙ୍କ ସମେତ ଡିଆଇପିଆରଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତିକୁ ଭବନ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।କଣ୍ଠଶିଳ୍ପୀ ପୁଷ୍ପକ ରାୟ ‘ରଘୁପତି ରାଘବ ରାଜା ରାମ’ ଭଜନ ପରିବେଷଣ କରିଥିଲେ ।

ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ, ସୋନପୁର ଉପଜିଲ୍ଲାପାଳ ଡା. ସୌମ୍ୟରୂପା ରଥ, ମୁଖ୍ୟ ବକ୍ତା ସୌରଭ ରଞ୍ଜନ ଖମାରୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ର ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ସଭାକୁ ପରିଚାଳନା କରିଥିଲେ । ଏହି ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments