Homelocalରାୟଗଡା ପୌରପାଳିକା ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ

ରାୟଗଡା ପୌରପାଳିକା ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ

ରାୟଗଡା, (୨୧/୦୭) : ଆପ୍ର : ଜଳ ସଂରକ୍ଷଣ ଓ ବର୍ଷାଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡା ପୌରପରିଷଦ ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।WhatsApp Image 2026 07 20 at 16.33.37

ଏହି ଅଭିଯାନର ଅଂଶ ସ୍ୱରୂପ ରାୟଗଡ଼ ପୌରପରିଷଦ ଅଞ୍ଚଳର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ବର୍ଷାଜଳ ସଞ୍ଚୟ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଛି । ସେହିପରି ପୌରପରିଷଦର କାର୍ଯ୍ୟାଳୟ ପରିସରରେ ସୂଚନାମୂଳକ ଷ୍ଟାଣ୍ଡି ମଧ୍ୟ ସ୍ଥାପନ କରାଯାଇଛି, ବିଭିନ୍ନ ଛକ ମାନଙ୍କରେ ଲାଗିଥିବା ଏଲ ଇ ଡି ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର କରାଯାଉ ଅଛି ଯାହା ମାଧ୍ୟମରେ ନାଗରିକମାନେ ବର୍ଷାଜଳ ସଞ୍ଚୟର ବିଭିନ୍ନ ପଦ୍ଧତି ଓ ଏହାର ସୁଫଳ ସମ୍ପର୍କରେ ଅବଗତ ହୋଇପାରିବେ । ରାୟଗଡା ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ ନାୟକ ସହରବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ବର୍ଷାଜଳର ପ୍ରତ୍ୟେକ ବୁନ୍ଦ ଅମୂଲ୍ୟ ସମ୍ପଦ । ବର୍ଷାଜଳ ସଞ୍ଚୟ ପ୍ରଣାଳୀକୁ ନିଜ ଘର, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅବଲମ୍ବନ କରି ଭୂତଳ ଜଳସ୍ତର ବୃଦ୍ଧି, ଜଳ ଅଭାବ ଦୂରୀକରଣ ଏବଂ ପରିବେଶ ସୁରକ୍ଷାରେ ସମସ୍ତେ ସହଯୋଗ କରନ୍ତୁ । ସେହିପରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ସମସ୍ତେ ମିଶି “ବର୍ଷାଜଳକୁ ସଂରକ୍ଷଣ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଜଳ ସଞ୍ଚୟ କରନ୍ତୁ । ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ ବୋଲି ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments