ଜୟପୁର, (୦୯/୦୯) : ଆପ୍ର : ଜୟପୁରରେ କଲରା ପତରିଆ ବାଘ ଛାଲ ଜବତ । ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ ଚଢ଼ାଉ କରିଛି ।
ଚଢ଼ାଉ ବେଳେ କଲରା ପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ କାରବାର ସମୟ ରେ ମାଡିବସିଲା ସ୍ୱତନ୍ତ୍ର ଗୁଇନ୍ଦା ଟିମ । ବାଘ ଛାଲ, ଅଭିଯୁକ୍ତ ଓ ଜବତ କାରକୁ ଜୟପୁର ବନାଅଞ୍ଚଳକୁ ହସ୍ତାନର କରାଯାଇଛି । ଜବତ ହୋଇଥିବା ବାଘକୁ ପ୍ରାୟ ୬ ମାସ ଆଗରୁ ହତ୍ୟା କରାଯାଇଥିବାର ସୂଚନା ରହିଛି । ବାଘ ଛାଲ ଡିଲ କରୁଥିବା ବ୍ୟକ୍ତି ହେଲେ ଜୟପୁର ଇରିଗେଶନ କଲୋନୀ ଅଞ୍ଚଳର ବିଭୁତି ଭୂଷଣ ପାତ୍ର ।

