Homelocalକେବେ ପଡ଼ିବ ନୂଆଁଖାଇ ? ଧାର୍ଯ୍ୟ ହେଲା ଶୁଭଲଗ୍ନ

କେବେ ପଡ଼ିବ ନୂଆଁଖାଇ ? ଧାର୍ଯ୍ୟ ହେଲା ଶୁଭଲଗ୍ନ

ସମ୍ବଲପୁର, (୦୫/୦୯) : ଆପ୍ର : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଇଂରାଜୀ ତାରିଖ ସେପ୍ଟେମ୍ବର ୧୫, ମଙ୍ଗଳବାର, ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ନ ୯ଟା ୪୦ ରୁ ୯ ଟା ୫୪ ମଧ୍ୟରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହେବ

ଏହା ପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ । ଏଥି ପାଇଁ ଶନିବାର ପରମ୍ପରା ଅନୁଯାୟୀ, ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି । ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ର ପରବର୍ତ୍ତୀ ଦିନ ଅର୍ଥାତ ନାନ୍ଦୋତ୍ସବ ଅବସର ରେ ଏଠାରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରା ଯିବାର ପରମ୍ପରା ରହିଛି ।

ଆଜି ଅପରାହ୍ନ ସାଢେ ୪ ଟା ସମୟ ରେ ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ମାନେ ଏକାଠି ହୋଇ ଥିଲେ । ଏହା ପରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା । ପରେ ମାଁ ସମଲେଶ୍ୱରୀ ଙ୍କ ଜାତକ, ରାଶି, ନକ୍ଷତ୍ର ଅନୁସାରେ ଚଳିତ ବର୍ଷ ର ନୂଆଁଖାଇ ପାଇଁ ଏହି ଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଶୁଭଲଗ୍ନ ଧାର୍ଯ୍ୟ ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପଣ୍ଡିତ ମାନଙ୍କ ଏକ ପ୍ରତିନିଧି ମଣ୍ଡଳ ସମଲେଶ୍ୱରୀ ମନ୍ଦିର କୁ ଯାଇ ନୂଆଁଖାଇ ର ଲଗ୍ନ ପତ୍ର ଟ୍ରଷ୍ଟ ବୋର୍ଡ କୁ ପ୍ରଦାନ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments