Homelocalଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରେ ବିକାଶର ନୂଆ ଅଧ୍ୟାୟ, ୧୭୪ କୋଟିର ୫ଟି ପ୍ରକଳ୍ପର ଶୁଭାରମ୍ଭ

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରେ ବିକାଶର ନୂଆ ଅଧ୍ୟାୟ, ୧୭୪ କୋଟିର ୫ଟି ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ, (୨୨/୧୧) : ଆପ୍ର : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଆଜି କୋରାପୁଟ ଜିଲ୍ଲାରେ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି ।WhatsApp Image 2026 11 23 at 15.57.00

ଏହି ଅବସରରେ ତାଙ୍କ ଜନ୍ମମାଟି ବୈପାରୀଗୁଡ଼ା ବ୍ଲକର ତେନ୍ତୁଳିଗୁମ୍ମାସ୍ଥିତ ଶହୀଦଙ୍କ ପୀଠରେ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜିତ ହେବା ସହ ତାଙ୍କ ସ୍ମୃତି ଓ ଆଦର୍ଶକୁ ସ୍ମରଣ କରାଯାଇଥିଲା । ଏଥିସହ ଏହି ପବିତ୍ର ଅବସରରେ ୧୭୪ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରାଯାଇଥିଲା । ସମାରୋହରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, କୋଟପାଡ଼ ବିଧାୟକ ଶ୍ରୀ ରୂପୁ ଭତ୍ରା, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ଭଗବାନ ମୁଦୁଲି, ଉପାଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ମାଝୀ, ପିଏ ଆଇଟିଡିଏ ଜୟପୁର ଶ୍ରୀମତୀ ତୃପ୍ତି ବରାଇ, ବୈପାରୀଗୁଡ଼ା ବିଡିଓ ଶ୍ରୀ ସୁବ୍ରତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, ବିଏସ୍‌ଏଫ୍‌ ତେନ୍ତୁଳିଗୁମ୍ମା କମ୍ପାନୀ କମାଣ୍ଡର ଶ୍ରୀ ଦୀପକ କୁମାର ସିଂହ, ଶହୀଦଙ୍କ ନାତି ଶ୍ରୀ ବାନ୍‌ସିଂ ନାୟକ ଓ ଶ୍ରୀ ବଂଶୀଧର ନାୟକଙ୍କ ସରପଞ୍ଚ ଶ୍ରୀମତୀ ସନ୍ମତି ନାୟକ, ସମିତି ସଭ୍ୟ ଶଶୀ ପୂଜାରୀ, କୋରାପୁଟ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ମୁଦୁଲି, ନାୟକ ସରପଞ୍ଚ ଶ୍ରୀମତୀ ରାଧିକା ବାରିକଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ, ମାନ୍ଯ ଗଣ୍ଯ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।WhatsApp Image 2026 11 23 at 15.57.05

ଅତିଥିମାନେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ନିଜ ଅଭିଭାଷଣରେ ସହିଦଙ୍କ ଅଦମ୍ୟ ସାହସ, ଦେଶପ୍ରେମ, ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନାଦର୍ଶ ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଜିଲ୍ଲାର ବିକାଶ, ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ୀକରଣ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି ଦିଗରେ ପ୍ରଶାସନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ନିଜ ଅଭିଭାଷଣରେ ତେନ୍ତୁଳିଗୁମ୍ମା ଅଞ୍ଚଳରେ ରାସ୍ତା ଓ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଉନ୍ନତ ରାସ୍ତା ଓ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ସେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

ଏହି ଅବସରରେ ମନ୍ତ୍ରୀଙ୍କ କରକମଳରେ ୧୭୪ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା । ସମାରୋହରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା।WhatsApp Image 2026 11 23 at 15.57.06

ଅନ୍ୟପକ୍ଷରେ, କୋରାପୁଟ ଜିଲ୍ଲା ସଦର ମହକୁମାରେ ମଧ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଶ୍ରଦ୍ଧାର ସହ ପାଳନ କରାଯାଇଥିଲା। ଏଠାରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ, ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ଭଗବାନ ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ‌ ଶ୍ରୀ ନରେଶ ଚନ୍ଦ୍ର ଶବର, କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ, ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, ସ୍ମାରକୀ କମିଟିର ସଦସ୍ୟ, କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ରାଧାରାଣୀ ସରକାର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସହିଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ, ଆଦର୍ଶ ଓ ଦେଶପ୍ରେମକୁ ସ୍ମରଣ କରି ତାଙ୍କ ଦେଖାଇଥିବା ମାର୍ଗରେ ଚାଲିବା ସହ ଦେଶ ଓ ସମାଜର ଉନ୍ନତି ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ୱାନ ଜଣାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments