ଇନଷ୍ଟାଗ୍ରାମରେ ସେକ୍ସ ରାକେଟ, ୪ ଜଣ ଗିରଫ

Date:

Share post:

ଭୁବନେଶ୍ୱର, (୧୫/୦୬) : ଆପ୍ର : ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଥିଲେ ଟାର୍ଗେଟ ।

ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା । ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ହାଇଟେକ୍ ଏସ୍କର୍ଟ ରାକେଟର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗକାରିଣୀ ଜଣେ ଯୁବତୀଙ୍କ ଫଟୋ ସହ ଅନ୍ୟାନ୍ୟ ଯୁବତୀଙ୍କ ଫଟୋକୁ ବିନା ଅନୁମତିରେ ସୋସିଆଲ ମିଡିଆ ଓ ମେସେଜିଂ ପ୍ଲାଟଫର୍ମରେ ବ୍ୟବହାର କରାଯାଉଥିଲା । ଏହି ଫଟୋଗୁଡ଼ିକୁ ଏସ୍କର୍ଟ ସର୍ଭିସ ବିଜ୍ଞାପନରେ ବ୍ୟବହାର କରି ଗ୍ରାହକଙ୍କୁ ପ୍ରଲୋଭିତ କରୁଥିଲେ ଅଭିଯୁକ୍ତ ।

ପରେ ଅନଲାଇନ ପେମେଣ୍ଟ ମାଧ୍ୟମରେ ଅଗ୍ରିମ ଟଙ୍କା ଆଦାୟ କରି ଠକୁଥିଲେ । ଡିଜିଟାଲ ତଦନ୍ତ ବେଳେ ପୋଲିସ ସ୍କ୍ରିନସଟ, ଚାଟ୍ ରେକର୍ଡ, ମୋବାଇଲ ନମ୍ବର ଓ ୟୁପିଆଇ କାରବାର ଯାଞ୍ଚ କରି ଗ୍ୟାଙ୍ଗରେ ସମ୍ପୃକ୍ତ ଉମାକାନ୍ତ ଦଳେଇ, ଚିତ୍ତରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ, ଗୋଟିଏ କାର, ସିମ୍ କାର୍ଡ, ବ୍ୟାଙ୍କ ଖାତା ତଥ୍ୟ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ରେକର୍ଡ ଜବତ କରାଯାଇଛି । ବର୍ତ୍ତମାନ ଏହି ରାକେଟର ଅଧିକ ଲିଙ୍କ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...