ଲଭ୍, ସେକ୍ସ ଓ ଧୋକା, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୩୦ ଲକ୍ଷର ଗହଣା ଠକିନେଲା ରସିକିଆ ଡାକ୍ତର

Date:

Share post:

ଭୁବନେଶ୍ୱର, (୨୩/୦୬) : ଆପ୍ର : ଲଭ-ସେକ୍ସ-ଧୋକା । ମହିଳାଙ୍କ ଟଙ୍କାରେ ବିଦେଶ ବୁଲୁଥିବା ରସିକିଆ ଡାକ୍ତର ଗିରଫ ।

ଡାକ୍ତର ଅବିନାଶ ମହାନ୍ତିଙ୍କୁ ଉମର କୋଟରୁ ଗିରଫ କଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ଶାରୀରିକ ସମ୍ପର୍କ ରଖିବା ସହ ବିବାହର ପ୍ରଲୋଭନ ଦେଖାଇ ଠକିଦେଇଥିବା ଅଭିଯୋଗ ହୋଇଛି । ଏପରିକି ୩୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିବା ଏତଲାରେ ରହିଛି । ଅଭିଯୋଗ ପରେ ତଦନ୍ତ କରି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଅବିନାଶ ଏବେ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲରେ ଡାକ୍ତର ଅଛନ୍ତି ।

ଅଭିଯୋଗ ଅନୁସାରେ ପୀଡ଼ିତା କିଛି ଦିନ ତଳେ ଅବିନାଶ ମହାନ୍ତିଙ୍କ ସହ ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିଲେ । ପରେ ଉକ୍ତ ଯୁବକ ପୀଡ଼ିତାଙ୍କୁ ଦେଖା କରିବାକୁ ଡାକିଥିଲେ । ପରେ ତାଙ୍କୁ ଫୋନ୍ କରି ହ୍ବାଟ୍ସସାପ ଲୋକେସନ୍ ସେୟାର କରିବାକୁ କହିଥିଲେ। ଉଭୟଙ୍କ ଦେଖା ସାକ୍ଷାତ ସମୟରେ ସେଠାରେ ଅବିନାଶ ତାଙ୍କୁ କିଛି ପାନୀୟରେ ନିଶା ଦେଇ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ପ୍ରଘଟ କରିଦେବାକୁ ଧମକ ଦେଇ ଯୁବକ ଜଣକ ତାଙ୍କଠାରୁ ବାରମ୍ବାର ଟଙ୍କା ଓ ସୁନ ଅଳଙ୍କାର ନେଇଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ଅଭିଯୁକ୍ତ ଉକ୍ତ ଭିଡିଓ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଅଭିଯୁକ୍ତ ତାଙ୍କର ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ନେଇଥିବା ବେଳେ ପରେ ତାହା ଫେରାଇବାକୁ ମନା କରିଦେଇଥିଲା । ଟଙ୍କା ଓ ସୁନା ଫେରସ୍ତ କରିବାକୁ ପୀଡ଼ିତା ଜିଦ୍ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା । ପୀଡ଼ିତାଙ୍କ ଠାରୁ ଅଭିଯୁକ୍ତ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଅର୍ଥ ଠକି ନେଇଥିବା ଅଭିଯୋଗ କରିଥିଲେ ପୀଡିତା ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...