ସମ୍ବଲପୁର, (୨୩/୦୬) : ଆପ୍ର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସମ୍ବଲପୁର CADA ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ।
ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ବଡ ଧରଣର ରେଡ୍ । ଧନୁପାଲି ସ୍ଥିତ ଭଡ଼ା ଘର, ସରକାରୀ କାର୍ଯ୍ୟାଳୟ, କଟକ ବିଦ୍ୟାଧରପୁର ସ୍ଥିତ ୩ ମହଲା କୋଠାରେ ଚାଲିଛି ରେଡ୍ ।
କଟକ ସହରର ପଦ୍ମଲୋଚନ ସହଯୋଗୀଙ୍କ ସହ ଜଡ଼ିତ ୨ଟି ସ୍ଥାନରେ ଯାଞ୍ଚ କରୁଛି ଟିମ୍ । ସେହିପରି ବାଲେଶ୍ୱର ବସ୍ତା ଥାନା ମୁଖାଲିସ ଗାଁରେ ଥିବା ଦୁଇ ମହଲା କୋଠା, ମାଲକାନଗିରି କାଲିମେଳା ସ୍ଥିତ ଜଣେ ସହଯୋଗୀଙ୍କ ବାସଭବନରେ ରେଡ୍ କରାଯାଉଛି । ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

