Homelocalବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର, ଲୋକେ ଭୟଭୀତ

ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର, ଲୋକେ ଭୟଭୀତ

ଜୟପୁର, (୩୧/୦୮) : ଆପ୍ର : ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ମାଲଦା ଓ ଆଖପାଖ ଅଞ୍ଚଳବାସୀ ଭୟଭୀତ ।

ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଞ୍ଚାୟତ ମାଲଦା ଗାଁ ନିକଟସ୍ଥ ବଡ଼ପଡ଼ା ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦା‘ର ଜଣେ ଚାଷୀ ବିଲକୁ କୀଟନାଶକ ସ୍ପ୍ରେ କରିବାକୁ ଯାଉଥିବା ବେଳେ ନଦୀର ଏକ ଉଚ୍ଚ ସ୍ଥାନରେ ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ । ମୋବାଇଲରେ ଏହାର ଫଟୋ ଉଠାଇ ଗାଁଲୋକଙ୍କୁ ଏନେଇ ଖବର ଦେଇଥିଲେ । ଗାଁ ଲୋକେ ନଦୀ ପଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା । ବର୍ଷା ଯୋଗୁଁ ନଦୀରେ ପ୍ରବଳ ପାଣି ଥିବାରୁ କୁମ୍ଭୀରଟିକୁ ଆଉ ଠାବ କରାଯାଇ ପାରିନାହିଁ ।

ଏବେ ଖରିଫ ଋତୁ ପାଇଁ ଚାଷୀମାନେ ଜମିକୁ ଯାଉଥିବା ବେଳେ ଗୃହପାଳିତ ପଶୁମାନେ ମଧ୍ୟ ନଦୀ ଉପରେ ନିର୍ଭର କରନ୍ତି । କୁମ୍ଭୀର ଆକ୍ରମଣ ଭୟରେ ଲୋକେ ନଦୀକୂଳକୁ ଯିବାକୁ ଡରୁଛନ୍ତି । ତୁରନ୍ତ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟି କରଣ ମିଳିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments