HomelocalSHGଙ୍କ ପାଇଁ ଖୋଲିଲା ଧାନ କ୍ରୟ ବାଟ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

SHGଙ୍କ ପାଇଁ ଖୋଲିଲା ଧାନ କ୍ରୟ ବାଟ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ, (୨୬/୦୮) : ଆପ୍ର : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ ସଂଗ୍ରହକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ

ଯେଉଁ ଏସଏଚଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଧାନ କ୍ରୟ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ପୂର୍ବ ଅଭିଜ୍ଞତା ରହିଛି, ସେମାନଙ୍କୁ ଚାଷୀ ପଞ୍ଜୀକରଣ ଓ ଧାନ ସଂଗ୍ରହ ପ୍ରକ୍ରିୟାରେ ସୁଯୋଗ ଦେବାକୁ ହାଇକୋର୍ଟ କହିଛନ୍ତି । ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ।ଫଳରେ ପୂର୍ବରୁ ଧାନ କ୍ରୟରେ ସାମିଲ ଥିବା ଏସଏଚଜିଗୁଡ଼ିକ ପାଇଁ ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ହେବାର ବାଟ ଖୋଲିଛି । ତେବେ ଏହି ନିର୍ଦ୍ଦେଶ ସମସ୍ତ ଏସଏଚଜିଗୁଡ଼ିକ ପାଇଁ ସାଧାରଣ ଭାବେ ଲାଗୁ ହେବ ନାହିଁ । କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଏବଂ ଧାନ ସଂଗ୍ରହ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ପୂର୍ବ ଅଭିଜ୍ଞତା ଥିବା ଏସଏଚଜିଗୁଡ଼ିକ ଏହାର ସୁବିଧା ପାଇପାରିବେ । ଏପଟେ ଚାଷୀ ପଞ୍ଜୀକରଣ ପାଇଁ ସରକାର ଅଗଷ୍ଟ ୩୧କୁ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଏସଏଚଜିଗୁଡ଼ିକୁ ପ୍ରକୃତରେ ସୁଯୋଗ ଦେବାକୁ ହେଲେ ପଞ୍ଜୀକରଣ ସମୟସୀମା ବୃଦ୍ଧିର ଆବଶ୍ୟକତା ପଡ଼ିପାରେ । ସରକାର ସମୟସୀମା ବୃଦ୍ଧି ନକଲେ ଏନେଇ ପୁଣି ଏସଏଚଜିଗୁଡ଼ିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାର ବିକଳ୍ପ ମଧ୍ୟ ରହିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments