ରାଇକିଆ – ଆପ୍ର. ବିଶ୍ୱ ଏହି ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାର ରାଇକିଆ ରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଅଛି। ପ୍ରାୟ ବହୁ ଲୋକ ଆଦିବାସୀ ବର୍ଗର ପୁରୁଷ ଓ ମହିଳା ମାନେ ପାରମ୍ପରିକ ଅସ୍ତ୍ର ଧରି, ଚାଙ୍ଗୁ ବଜାଇ ସୁସଜ୍ଜିତ ବସ୍ତ୍ର ପରିଧାନ କରି ନୃତ୍ୟ ପରିବେଷଣ କରି ବେରେଡାକିଆ ଛକ ଠାରୁ ଶୋଭାଯାତ୍ରା ବାହାରି ବ୍ଲକ ଛକ, ବାସନ୍ତିପଲୀ ଛକ ଦେଇ ରାଇକିଆ ସହର ପରିକ୍ରମା କରି ଚୁନପଲୀ କଲେଜ ଛକ ଦେଇ ଜନଜାତି ହାଟ ବଜାରରେ ଥିବା ଆଦିବାସୀ ସଂସ୍କୃତି ଭବନ ପରିସରରେ ପହଞ୍ଚି ଏକ ସଭା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ରାଇକିଆ ବ୍ଲକର କୁଇ ସମାଜ ସଭାପତି ଜାମ୍ବେବ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ୱ ଆଦିବାସୀ ଦିବସର ଗୁରୁତ୍ୱ ସମ୍ପର୍କରେ ଅର୍ଥାତ୍ ପରମ୍ପରା, ରୀତିନୀତି,ସଂସ୍କୃତି,ଆଦିବାସୀ ପୂଜାପଦ୍ଧତି ଓ ବିଶେଷ କରି ଭାଷା ସୁରକ୍ଷା ଉପରେ ଆଦିବାସୀ ନେତା ମାନେ ଯଥା ଭାସ୍କର ପ୍ରଧାନ,ନାରୀନେତ୍ରୀ କେଶମତି ପ୍ରଧାନ, ଅବସର ପ୍ରାପ୍ତ ସୁବେଦାର ଲଳିତ ମୋହନ ପ୍ରଧାନ, ସମିତି ସଭ୍ୟା କ୍ରିଷ୍ଣାପ୍ରୀୟ ପ୍ରଧାନ,ସୁନନ୍ଦ ପ୍ରଧାନ ଅଭିଭାଷଣ ମାନ ପ୍ରଦାନ କରିଥିଲେ ,। ଏହି ବିଶ୍ୱ ଆଦିବାସୀ ଦିବସ ପାଳନ କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ପ୍ରଧାନ, ବୁଦ୍ଧଦେବ ମଲିକ, ପ୍ରଶାନ୍ତ ପ୍ରଧାନ ,ଅନୀଲ ପ୍ରଧାନ ଓ ପ୍ରକାଶ ପ୍ରଧାନ , ବହୁ ସୁନ୍ଦର୍ ଭାବେ ଅୟୋଜନ କରିଥିଲେ।

