Homelocalକାଳୀପୂଜାରେ ଶାନ୍ତି ବଜାୟ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ

କାଳୀପୂଜାରେ ଶାନ୍ତି ବଜାୟ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ

ଯାଜପୁର, (୦୭/୧୧) : ଆପ୍ର : କାଳୀପୂଜାରେ ଶାନ୍ତି ବଜାୟ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ ।

ସହରରେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏହି ଫ୍ଲାଗ୍ ମାର୍ଚ୍ଚ ମାଧ୍ୟମରେ ସହରବାସୀଙ୍କୁ ସୁରକ୍ଷାର ବାର୍ତ୍ତା ଦେବା ସହ ଅସାମାଜିକ ତତ୍ତ୍ୱଙ୍କୁ କଡ଼ା ଚେତାବନୀ ଦେଇଛି ପୋଲିସ । କାଳୀପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏହାସହ ଆଇନଶୃଙ୍ଖଳା ରକ୍ଷା କରିବା ସହ ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛି ଯାଜପୁର ପୋଲିସ । ଏହି ଫ୍ଲାଗ୍ ମାର୍ଚ୍ଚରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ଯାଜପୁର ଏସପି ୟସ ପ୍ରତାପ ଶ୍ରୀମାଲ ସାମିଲ ହୋଇ ସହରରେ ଶାନ୍ତି ବଜାୟ ରଖିବା ପାଇଁ ସଚେତନ କରିଥିଲେ । ଏହି ଫ୍ଲାଗ୍ ମାର୍ଚ୍ଚ ଯାଜପୁର ଥାନା ରୁ ବାହାରି ସହର ପରିକ୍ରମା କରିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments