Homelocalପୋକ ପରିଚାଳନା ପାଇଁ ଜୈବିକ ଉପାଦାନ ଉତ୍ପାଦନ ଉପରେ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ତାଲିମ ଶିବିର

ପୋକ ପରିଚାଳନା ପାଇଁ ଜୈବିକ ଉପାଦାନ ଉତ୍ପାଦନ ଉପରେ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ତାଲିମ ଶିବିର

ଗୁଣପୁର, (୨୩/୧୦) : ଆପ୍ର : କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ର ଗୁଣପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜୈବିକ ଉପାୟରେ ପୋକ ପରିଚାଳନା ପାଇଁ ତିନି ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।WhatsApp Image 2026 10 23 at 20.13.13

କୃଷି କ୍ଷେତ୍ରରେ ରାସାୟନିକ କୀଟନାଶକର ବ୍ୟବହାର ହ୍ରାସ କରି ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟକର ଚାଷ ପଦ୍ଧତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଗୁଣପୁର ବ୍ଲକର ବିଭିନ୍ନ ଗ୍ରାମର ଗ୍ରାମୀଣ ଯୁବକ ଓ ଯୁବତୀମାନେ ଯୋଗଦେଇ ଜୈବିକ କୀଟନାଶକ, ଜୈବିକ ଘୋଳ ଏବଂ ପ୍ରାକୃତିକ ପୋକ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଏହି ତାଲିମ୍ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରମ ରାମୁ , ରାଜୀବ ଟୁଡୁ , ପରିମଳ ତରାଇ ପ୍ରମୁଖ ଉପସ୍ଥିତ ରହି ନିମାସ୍ତ୍ର, ଜୀବାମୃତ, ବ୍ରହ୍ମାସ୍ତ୍ର , ଆଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ଜୈବିକ ଉପାଦାନ ପ୍ରସ୍ତୁତି ପ୍ରଣାଳୀ, ସେଗୁଡ଼ିକର ସଠିକ ବ୍ୟବହାର ଏବଂ ଫସଲକୁ ପୋକ ଦାଉରୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ଜୈବିକ କୃଷି ମାଧ୍ୟମରେ କୃଷକଙ୍କ ଉତ୍ପାଦନ ବ୍ୟୟ କମିବା ସହ ପରିବେଶ ସୁରକ୍ଷା ଏବଂ ମୃତ୍ତିକାର ଉର୍ବରତା ବୃଦ୍ଧିରେ ଏହାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।WhatsApp Image 2026 10 23 at 20.13.12 2

ଉପସ୍ଥିତ ଚାଷୀ ନିଜେ ପ୍ରାକୃତିକ କିଟନାଶକ ପ୍ରସ୍ତୁତ କରିଥିଲେ । ତାଲିମ୍ ଗ୍ରହଣ କରିବା ପରେ ଯୁବକ ଓ ଯୁବତୀମାନେ ଏଭଳି ତାଲିମକୁ ବେଶ ଉପଯୋଗୀ ବୋଲି ମତ ପ୍ରକାଶ କରିବା ସହ ଆଗାମୀ ଦିନରେ ଜୈବିକ ଉପାଦାନ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେବା ସହିତ କୃଷକମାନଙ୍କୁ ସହଯୋଗ କରିବେ ବୋଲି କହିଥିଲେ । ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କ ମଧ୍ୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସ୍ଥାୟୀ କୃଷି ବ୍ୟବସ୍ଥା ଗଠନରେ ଏହା ସହାୟକ ହେବ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments