ରାଇକିଆ, (୦୬/୦୯) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ୫ ଗୋଟି ନୂତନ ପାଠାଗାର ଗୁଡ଼ିକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ଏବଂ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (GPDO) ଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଅଛି ।
ବ୍ଲକର ୧୨ ଗୋଟି ପଞ୍ଚାୟତ ଗୁଡ଼ିକ ମଧ୍ୟରୁ ୫ ଗୋଟି ପଞ୍ଚାୟତ ଯଥା ମଣ୍ଡାକିଆ, ସୁଗଡ଼ବାଡ଼ି, ଗୁମାମାହା, ରଣବା ଏବଂ ବଡ଼ ବାରବା ଠାରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ଭାବେ ପଢ଼ା ପଢ଼ି ପାଇଁ ଲକ୍ଷ୍ୟ ରଖି ପାଠାଗାର ଗୁଡ଼ିକ ଖୋଲାଯାଇଛି । ଏହି ଅବସରରେ ସରପଞ୍ଚ ଜଳନ୍ଧର ପ୍ରଧାନ, ବନିତା ମଲିକ, ସୁରଞ୍ଜନ ପ୍ରଧାନ,ପ୍ରମିଳା ମଲ୍ଲିକ, ରବି ନାୟକ, ସମିତି ସଭ୍ୟା କ୍ରିଷ୍ଣାପ୍ରିୟା ପ୍ରଧାନ, ନାରାୟଣ ଦଳେଇ, ପିଇଓ ବସନ୍ତ ପଣ୍ଡା, ମୀନକେତନ ପ୍ରଧାନ , ଶୁଶାନ୍ତ ପ୍ରଧାନ ଏବଂ ଏ ଡି ଓ ମାନଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

