Homelocalଆଶାକର୍ମୀଙ୍କ ୪ ମାସ ର ଦରମା ଟଙ୍କା ଓ ଭତା ମିଳିନଥିବାରୁ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର...

ଆଶାକର୍ମୀଙ୍କ ୪ ମାସ ର ଦରମା ଟଙ୍କା ଓ ଭତା ମିଳିନଥିବାରୁ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଆଗରେ ଧାରଣା

ପୁରୁଷୋତ୍ତମପୁର, (୨୭/୦୮) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମଲଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ଦରମା ଓ ଭତ୍ତା ସହ ନିଜ ନାର୍ଯ୍ୟ ଦାବି ହାସଲ ପାଇଁ ଆନ୍ଦୋଳନ କରିଥିଲେ ।

ପ୍ରାପ୍ତ ସୂଚନାରୁ ଜଣା ଯାଇଛି ଯେ ପୁରୁଷୋତ୍ତମପୁର ବ୍ଲକର ୨୬ ପଞ୍ଚାୟତ ରେ କାର୍ଯ୍ୟରତ ପ୍ରାୟ ୨ ଶହ ଆଶାକର୍ମୀ ମେଡିକାଲ ପରିସରରେ ଧାରଣା ଦେବାକୁ ବାଧ୍ଯ ହୋଇଛନ୍ତି । ଅତ୍ୟନ୍ତ ଗରିବ ଏବଂ ନିମ୍ନ ପରିବାରରୁ ଆସୁଥିବା ଏହି ମହିଳାମାନେ ସେମାନଙ୍କ ନ୍ୟାଯ୍ୟ ଦାବି ଦରମା ଏବଂ ଭଜା ପାଇଦା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହ କାର୍ଯ୍ୟ ବନ୍ଦ କରିବାକୁ ବାଧ ହୋଇଥିବା କହିଛନ୍ତି । ସେମାନଙ୍କ ଅଭିଯୋଗ ହେଲାଯେ ସେମାନେ ପ୍ରତ୍ୟେକ ଗ୍ରାମରେ ଦୁଲି ବୁଲି ସରକାରଙ୍କ ପ୍ରାପ୍ୟ ଯୋଜନା ଏବଂ ସେଗୁଡିକର ପ୍ରଯୋଗ ଭଳି ଯାବତୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛୁ । କିନ୍ତୁ ବିଡମ୍ବନାର ବିଷୟ ଯେ, ଗତ ଏପ୍ରିଲ ମାସରୁ ସେମାନଙ୍କ ଏପର୍ଯ୍ୟନ୍ତ ଜୁଲାଇ ମାସ ସୁଦ୍ଧା ୪ ମାସର ଦରମା ଏବଂ ଭତ୍ତା ଟଙ୍କା ସେମାନଙ୍କୁ ମିଳିନାହିଁ

ଏପରିକି ଚାରି ମାସ ହେଲା ସେହି ଅଫିସ ରେ ଆକାଉଣ୍ଟାଣ୍ଟ ନାହାନ୍ତି । ଏହିଠାରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ସନ୍ତୋଷ ପାତ୍ର ଗତ ଜୁନ ମାସରୁ ଏଠାରୁ ବଦଳି ହୋଇଯାଇଛନ୍ତି । ମାତ୍ର ସେ ବଦଳି ହେବା ପୂର୍ବରୁ ଆଶା କର୍ମୀଙ୍କ ଦରମା ଏବଂ’ ‘ଭତ୍ତା ଦିଲକୁ ଉଦ୍ଦେଶ୍ୟମୂଳକ ଭାବେ କିଛି ଅର୍ଥ ଆଶା କର୍ମୀ ଙ୍କ ଠାରୁ ବିଲ କରାଇଦେବା ନିମନ୍ତେ ପାଇବାରେ ବିଫଳ ହେବାରୁ ସେ ଏହାକୁ କାର୍ଯ୍ୟ କାରି ନକରି ପକାଇ ରଖିଥିଲେ । ଏବଂ ଏଠାରୁ ବଦଳି ହୋଇ ଗଲାପରେ ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କେହି ଯୋଗ ଦେଇନାହାନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦରମା, ଭତ୍ତା ସହ ଆନୁସାଙ୍ଗିକ ଖର୍ଚ୍ଚ କୁ କାର୍ଯ୍ୟ କାରି କରିବା ସ୍ବାସ୍ଥ୍ୟସେବା ଭଳି ଏକ ଅତ୍ୟନ୍ତ ଅତ୍ୟାବଶ୍ୟକ ଏବଂ ସମ୍ବେଦନଶୀଳ ସେବା କ୍ଷେତ୍ରରେ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନର ଉଦାସୀନତା ଅତ୍ୟନ୍ତ ସ୍ୱର୍ସ କାତର ଏବଂ ନିନ୍ଦନୀୟ ଅଟେ ।

ଯେଉଁ କର୍ମୀ ମାନେ ମାସକୁ ମାତ୍ର ୩ ହଜାର ୫ ଶହ ଟଙ୍କା ଦରମା ସହ ସାମାନ୍ୟ କିଛି ଅର୍ଥ ଭତ୍ତା ପାଇବା ଦଦଳରେ ସେମାନେ ସରକାରଙ୍କ ଯାବତୀୟ ସ୍ବାସ୍ଥ୍ୟ ସଚେତନତା ଓ ସେବା ଗ୍ରାମାଞ୍ଚଳ ମାନଙ୍କରେ ପହ‌ଞ୍ଚାଉଛନ୍ତି। ହେଲେ ସରକାର ଙ୍କ ଜିଲ୍ଲା ସ୍ଵାସ୍ତ୍ୟ ବିଭାଗ ଅଧିକାରୀ ଗୋଷ୍ଟି ଇନଚାର୍ଜ ଅଧିକାରୀ, ଏବଂ ଜିଲ୍ଲା ପାଳ ଏହି ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀଙ୍କ ପ୍ରତି କାହିଁକି ଏତେ ନିର୍ଦୟ ହେଉଛନ୍ତି ବୋଲି ସମାନେ ଲୁହ ଛଳ ଆଖିରେ ଏବଂ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି । ସାମାନ୍ୟ ଜଣେ କର୍ମଚାରୀଙ୍କ ଅବହେଳା ଏବଂ ଅନୁପସ୍ଥିତି ଯୋଗୁଁ ସେମାନେ ନାହିଁନଥିବା ହଇରାଣ ହେଉଛନ୍ତି ।

ଏ ନେଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ । ଏହା ସହ ସେଠାରେ ଥିବାଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡଃ ମନୋଜ ଦାଶ ଙ୍କୁ ଏହା ଉପରେ ପଚାରିବାରୁ ସେ କହି ଛନ୍ତି ଯେ ଆଶା କର୍ମୀଙ୍କ ନ୍ୟାଯ୍ୟ ଦାବି ପ୍ରତି ସେ ସଚେତନ ଅଛନ୍ତି । ଅଫିସରେ ସେମାନଙ୍କ ଟଙ୍କା ମଧ୍ୟ ଗଚ୍ଛିତ ଅଛି । କିନ୍ତୁ କର୍ମଚାରୀଙ୍କ ଅଭାବ ଯୋଗୁଁ ସମସ୍ତେ ହଇରାଣ ହେଉଛୁ । ଏ ନେଇ ଜିଲ୍ଲା ମୁଖ୍ୟଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାଦ୍ୱାରା ଜାତୀୟ ବୃକ୍ଷ ନିରାକରଣ ଯୋଜନା ସର୍ଭେ କାମ ଚାଲିବାକୁ ଥିବା ବେଳେ ଆଶା ଜର୍ମୀଙ୍କ କାମ ବନ୍ଦ ଆନ୍ଦୋଳନ ଏହା ଉପରେ ନିଶ୍ଚୟ ପ୍ରଭାବ ପକାଇବ ।

ଏ ନେଇ କର୍ମୀ ମାନେ ସିଡ଼ି ଏମଓ ଙ୍କୁ ଯୋଗାଯୋଗ କରିଥିଲେ ଏବଂ ଅଭିଯୋଗ ଶୁଣିବା ପରେ କୌଣସି ଉତ୍ତର ନଦେଇ ଫୋନ କାଟିଦେଇଥିଲେ । ସିଡ଼ି ଏମ ଓ ଉଚ୍ଚ ସ୍ତରରେ କାର୍ଯ୍ୟ କରୁଥିବା ଯୋଗୁଁ ତଳ ସ୍ତରୀୟ କର୍ମୀଙ୍କ ଅଭିଯୋଗ ପ୍ରତି ରୁକ୍ଷେପ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସାମାନ୍ୟ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବା ଡେପୁଟେସନରେ ଆଣିବା ପାଇଁ ମଧ୍ୟ ସେ ଅକ୍ଷମ । ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ସେବା ବିଗିଡ଼ିବାରେ ଲାଗିଥିବା ବେଳେ ଜିଲ୍ଲାସ୍ତରୀୟ ଏହି ଅଧିକାରୀ ଏବଂ କର୍ମଚାରୀମାନେ ଉତ୍ତରଦାୟୀ ନୁହନ୍ତି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଉପରେ ବିଜେପି ସରକାର ବିଧାୟକ ଗୁରୁତ୍ୱ ନଦେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ଲୋକେ ଏହାର ଜବାବ ଦେବେବୋଲି ସାଧାରଣ ରେ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments