ସୁବର୍ଣ୍ଣପୁର, (୨୨/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଆରିଗାଁ ଗ୍ରାମର ପ୍ରଭୁଭକ୍ତି ଓ ଧର୍ମ ପରାୟଣ ମହିଳା ଆହ୍ଲାଦିନୀ ମିଶ୍ରଙ୍କ(୮୮ ବର୍ଷ) ବୟସରେ ଗତ କାଲି ସମ୍ବଲପୁର ବିକାଶ ହସ୍ପିଟାଲ୍ ଠାରେ ଚିକିତ୍ସାଧିନ ଅବସ୍ଥାରେ ଅପରାହ୍ନ ୪ ଘଣ୍ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି ।
ସେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ କିଛି ଦିନ ଧରି ଚିକିତ୍ସାଧିନ ଥିଲେ । ପରେ ତାଙ୍କ ମର ଶରୀର ଘରକୁ ଅଣାଯାଇଥିଲା । ତାଙ୍କୁ ପୁଅ ପୁତ୍ରବଧୂ , ଝିଅ ଜ୍ୱାଇଁ , ନାତି ନାତୁଣୀ, ପରିବାର ବର୍ଗ, ବନ୍ଧୁ ବାନ୍ଧବ , ଗ୍ରାମ ବାସୀ ଶେଶ ଦର୍ଶନ କରିଥିଲେ । ମୁରମୁରୀ ଜୋର ଶ୍ୱାସନ ଘାଟ ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଏକ ମାତ୍ର ପୁତ୍ର ପଞ୍ଚାନନ ମିଶ୍ର ମୁଖାଗ୍ନି ଦେଇଥିଲେ । ସୂଚନା ଯୋଗ୍ୟ ଯେ , ସ୍ୱର୍ଗତା ଆହ୍ଲାଦିନୀ ମିଶ୍ରଙ୍କ ସ୍ୱାମୀ ତଥା ଅଞ୍ଚଳର ଜଣାଶୁଣା ସୁପରିଚିତ କବିରାଜ ଲଳିତ ମୋହନ ମିଶ୍ର ଗତ ୪ ମାସ ତଳେ ଅର୍ଥାତ୍ ତା ୧୮/୦୫/୨୬ ରିଖ ରେ ଦେହାନ୍ତ ହୋଇ ଯାଇଥିଲା ।

