ରାୟଗଡ଼ାରେ ବାଘ ଛାଲ ଜବତ : ୮ ଜଣ ଗିରଫ, ବନ ବିଭାଗର ବଡ଼ ସଫଳତା

Date:

Share post:

ରାୟଗଡ଼ା, (୦୭/୦୬) : ଆପ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଛକଠାରେ ଚାଲିଥିବା ଏକ ବେଆଇନ କଲରାପତରିଆ ବାଘ ଛାଲ କିଣାବିକା (ଡିଲ୍) ଉପରେ ବନ ବିଭାଗ ଚଢ଼ାଉ କରିଛି ।

ଏହି ମାମଲାରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏକ ମୋଟରସାଇକେଲ ଏବଂ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ​ଗିରଫ ଅଭିଯୁକ୍ତଙ୍କ ପରିଚୟ: ​ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣ କଳାହାଣ୍ଡି ଜିଲ୍ଲାର ଏବଂ ୫ ଜଣ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଢ଼ିଛି । କଳାହାଣ୍ଡି ଜିଲ୍ଲା: ଜିତେନ୍ଦ୍ର ବେନିଆ, ଇ ଜେ ରାଓ ସାହୁ ଏବଂ ମୁନୁଗା ମାଝି ।

​ରାୟଗଡ଼ା ଜିଲ୍ଲା : ଭରତ ନାଚିକା, ସୀମାଦ୍ରି ତାଡ଼ିଙ୍ଗି, କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା ଏବଂ ଧର୍ମ ପାତିକା । କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ଅନୁସାରେ, ଏହି ବେଆଇନ ଡିଲ୍ ସମ୍ପର୍କରେ ବନ ବିଭାଗକୁ ଦୁଇ ଦିନ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା । ଏହାକୁ ଆଧାର କରି ରାୟଗଡ଼ା ଡିଏଫଓ ସଚିନ ଆନ୍ନାସାହେବ ଓହୋଲଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜ ଟିମ୍ ମିଳିତ ଭାବେ ଟ୍ରାପ୍ ବିଛାଇ ଏହି ଚଢ଼ାଉ କରିଥିଲେ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ କଳାହାଣ୍ଡି ଜିଲ୍ଲା ବନ ବିଭାଗ ଟିମ୍ ମଧ୍ୟ ସହାୟତା କରିଥିଲେ ।

​କଳାହାଣ୍ଡିରୁ ହୋଇଥିଲା ଶିକାର :-

​ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ୨ ରୁ ୪ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରୁ ମାତ୍ର ୮-୧୦ କିଲୋମିଟର ଦୂର ଜଙ୍ଗଲରେ ଏହି କଲରାପତରିଆ ବାଘର ଶିକାର କରାଯାଇଥିଲା । ଶିକାରୀ ଜଣକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଢ଼ିବା ପରେ ସେଠାକାର ବନ ବିଭାଗ ତାକୁ ମଧ୍ୟ ଗିରଫ କରିଛି । କଲ୍ୟାଣସିଂହପୁର ବ୍ଲକ ସହ କଳାହାଣ୍ଡି ଜିଲ୍ଲାର ସୀମା ନିକଟତର ହୋଇଥିବାରୁ ବେପାରୀମାନେ ଏହି ରାସ୍ତା ଦେଇ ରିଭଲକଣାକୁ ଡିଲ୍ ପାଇଁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ ( ଭୁବନେଶ୍ୱରରୁ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ମୂଳଦୁଆ ପକାଇଲେ ମୁଖ୍ୟମନ୍ତ୍ରୀ )

ଗୁଣପୁର, (୮/୬) : ଆପ୍ର : ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ମେଧାବୀ ଓ ଆଧୁନିକ ଜ୍ଞାନକୌଶଳରେ ସମୃଦ୍ଧ...

ପୁରୁଣା ୱାରେଣ୍ଟି ସମ୍ପାଦନ ବେଳେ ପୋଲିସ୍ ଦ୍ବାରା ଅବକାରୀ ରେଡ, ଦେଶୀ ମହୁଲି ମଦ ପୋଚ ଜବତ ସହ ନଷ୍ଟ

ରାଇକିଆ, (୦୮/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ପକ୍ଷରୁ ରାଇକିଆ ଥାନା ଅଞ୍ଚଳରେ ବ୍ୟାପକ ଭାବେ ବହୁ ବର୍ଷରୁ...

ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କନ୍ଧମାଳ, ଗମାଣ୍ଡି ଗ୍ରାମରେ ଲେମନ ଗ୍ରାସ ଓ ମେନ୍ଥ ଚାଷ ପରିଦର୍ଶନ କଲେ

ରାଇକିଆ, (୦୮/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ତଥା ରାଇକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମାଣ୍ଡି ଗ୍ରାମରେ ପ୍ରାୟ ଏକ...

ନାଇରାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଗୁଣପୁର, (୭/୬) : ଆପ୍ର : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ...