ସୁବର୍ଣ୍ଣପୁର, (୧୯/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ଵର ମନ୍ଦିରରେ ଗୁରୁବାର ଦଶମୀ ଯାତ୍ରା ପାଳିତ ହୋଇଯାଇଛି ।
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ଦଶମୀ ତିଥି ରେ ଏହି ଶୈବ ପୀଠରେ ଦଶମୀ ଓ ତା ପରଦିନ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଆଜି ଭୋର ରୁ କପିଳେଶ୍ଵର ଙ୍କ ପାରମ୍ପାରିକ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରସ୍ଥ ପାର୍ଶ୍ଵ ଦେବାଦେବୀ ଓ ମାଁ ଚରଦେଇ ଙ୍କ ପୂଜାର୍ଚ୍ଚନା କରଯାଇଥିଲା l ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଧାଡି ବାନ୍ଧି ବାବା କପିଳେଶ୍ଵର ଓ ମାଁ ଚରଦେଇ ଙ୍କୁ ଦର୍ଶନ କରିଥିଲେ l ଦଶମୀ ଯାତ୍ରା ଅବସରରେ ବାବା କପିଳେଶ୍ଵର ଓ ମାଁ ଚରଦେଇ ଗମ୍ଭୀରା ବାହାରି ରାଜରାସ୍ତାରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ l ବିଭିନ୍ନ ଗ୍ରାମରୁ ଦେବାଦେବୀ ଆସି ଦେବାଦେବୀ ଆସି ମହାଦେବ ଙ୍କ ଦଶମୀ ଯାତ୍ରାରେ ସାମିଲ ହୋଇଥିଲେ ।
ପରମ୍ପରା ଅନୁଯାୟୀ ଅଞ୍ଚଳର କୌଡ଼ିଆମୁଣ୍ଡା, ଡଭଲା, ବଳରଙ୍ଗା, ସେଲେଡି, ତୁଲୁଣ୍ଡୁପାଲି, ବାଉଁଶୁଣି, ଗଣେଶପୁର, ଗୁଳୁଣ୍ଡା, ନନ୍ଦନମାଲ, ଚଡେଇପଙ୍କ ଗ୍ରାମରୁ ବରୁଆମାନେ ଚତର ଧରି ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନାଚି ନାଚି ଆସି କପିଳେଶ୍ଵର ଙ୍କ ଠାରୁ ବର ମାଗି ନିଜ ନିଜ ଗ୍ରାମକୁ ଫେରିଥିଲେ । ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ମିନାବଜାର ଆଦି ଚାଲୁଅଛି । ସେହିପରି ପଶ୍ଚିମ ଓଡିଶାର ପ୍ରସିଦ୍ଧ କଳାସୀ ଯାତ୍ରା ଆସନ୍ତା କାଲି ଅନୁଷ୍ଠିତ ହେବ l ଆଜି ଦଶମୀ ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦଶହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏହି ଯାତ୍ରା ରେ ଟ୍ରଷ୍ଟବୋର୍ଡ କମିଟି ର ସଭାପତି ଅଶୋକ ପୃଷ୍ଟି, ଚରଦା ସରପଞ୍ଚ ବୃନ୍ଦାବତି ନାଏକ ଙ୍କ ସମେତ ଟ୍ରଷ୍ଟବୋର୍ଡ ସଦସ୍ୟ, ମନ୍ଦିର ସେବାୟତ, ପୋଲିସ ପ୍ରଶାସନ ଓ ଗ୍ରାମର ଜନସାଧାରଣ ସହଯୋଗ କରିଥିଲେ ।

