୬ ଲକ୍ଷ ଟଙ୍କାର ଧଳା ଜହର ଜବତ, ବାଇକ ସହ ଯୁବକ ଗିରଫ

Date:

Share post:

ସାଲେପୁର, (୨୫/୦୬) : ଆପ୍ର : ଅବକାରୀ ପୋଲିସ ହାତରେ ଧରାପଡ଼ିଲା ୬ ଲକ୍ଷ ଟଙ୍କାର ଧଳା ଜହର । କଟକ ଜିଲ୍ଲା ମାହାଙ୍ଗା ଥାନା ଛତ୍ର ବଜାର ନିକଟରେ ଯୁବକକୁ କାବୁ କରିଛି ବିଭାଗ ।

ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଖବର ପାଇ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୬୦ ଗ୍ରାମର ବ୍ରାଉନ ସୁଗାର ଓ ସେ ବ୍ୟବହାର କରୁଥିବା ଏକ ବାଇକକୁ ଜବତ କରିଛି । ଗିରଫ ଯୁବକଙ୍କ ନାଁ ଅବଦୁଲ କରିମ । କଟକ ଲାଲବାଗ ଥାନା ଖଟମିଲ ସାହିରେ ତାର ଘର ହୋଇଥବା ଜଣାପଡିଛି । କଟକରୁ ଆସି ମାହାଙ୍ଗା ଅଞ୍ଚଳରେ ସେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅବକାରୀ ପୋଲିସ ଖବର ପାଇଥିଲା । ଯାହା ଫଳରେ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏହା ସହ ଗିରଫ ଯୁବକ ସହ ସଂପୃକ୍ତ ଥିବା ଅନ୍ୟ ଖୁଚୁରା ଚୋରା ବେପାରୀଙ୍କୁ ମଧ୍ୟ ଅବକାରୀ ପୋଲିସ ଧରିବା ପାଇଁ ଚେଷ୍ଟା କରୁଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...