ଆଠଗଡ଼, (୧୨/୧୧) : ଆପ୍ର : ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଲୁଟ୍ । ୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରି ଅଭିଯୋଗ । କଟକ ଜିଲ୍ଲା ଆଠଗଡ଼ ଚାନ୍ଦବାଲି ବଜାରରେ ଘଟିଛି ଘଟଣା ।
ଏସଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦ରୁ ୧୫ ମିଟର ଦୂରରେ ଲୁଟ୍ ହୋଇଛି । ଦୋକାନର ପଛପଟ କାନ୍ଥରେ ଥିବା ସିମେଣ୍ଟ ସ୍କାଇଲାଇଟ୍ ଭାଙ୍ଗି ଦୁର୍ବୃତ୍ତମାନେ ପଶି ଚୋରି କରିଛନ୍ତି । ପ୍ରାୟ ଦେଢ଼ କେଜି ରୁପା ଗହଣା, ୯ ଗ୍ରାମ ସୁନା ଗହଣା ଓ ନଗଦ ୮ ହଜାର ୫୦୦ ଟଙ୍କା ଲୁଟ୍ କରିନେଇଛନ୍ତି । ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଏତଲାରେ ଦର୍ଶାଯାଇଛି । ଘଟଣାସ୍ଥଳରେ ଆଠଗଡ଼ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

