ପୁରୀରେ ହେବ BRICS ରାଷ୍ଟ୍ରସମୂହର ‘Disaster Risk Reduction Working Group’ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ

Date:

Share post:

ଭୁବନେଶ୍ୱର, (୨୬/୦୫) : ଆପ୍ର : ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ ।

ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ l

ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ: ଘର ମାଲିକ ଏବଂ ପୁଅ ସହିତ ୬ ମୃତ, ଜଣେ ଗୁରୁତର

କଳାହାଣ୍ଡି, (୨୬/୦୫) : ଆପ୍ର : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ, ଘର ମାଲିକ ଏବଂ ପୁଅ ସହିତ ୬ ମୃତ, ଜଣେ ଗୁରୁତର ।...

ଗାଁ’ରେ ବୁଲୁଛି ଭାଲୁ, ଅଞ୍ଚଳବାସୀ ଭୟଭୀତ

ଉଦଳା, (୨୬/୦୫) : ଆପ୍ର : ଉଦଳାରେ ଦେଖିବାକୁ ମିଳିଛି ଭାଲୁ । ରାତି ଅଧରେ ଗାଁ'ରେ ବୁଲୁଛି ଭାଲୁ । ମୟୂରଭଞ୍ଜ କପ୍ତିପଦା...

IPL ବେଟିଂ କରି ୮ ଗିରଫ, ୫ ଲକ୍ଷରୁ ଅଧିକ ଟଙ୍କା ଜବତ

ଝାରସୁଗୁଡ଼ା, (୨୬/୦୫) : ଆପ୍ର : IPL ବେଟିଂ କରି ୮ ଗିରଫ । ଲୋକମାନେ ବର୍ତ୍ତମାନ ବହୁତ୍ ଠକ୍ ହେବାକୁ ଲାଗିଲେଣି ।...

ଚେରୁପାଲିରେ ଡୁଙ୍ଗୁରିପାଲି ବ୍ଲକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୬୯ଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (୨୫/୦୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି...