ଆଜି ‘ରଜ ସଂକ୍ରାନ୍ତି’, ଦୋଳିରେ ଝୁମୁଛି ଓଡ଼ିଶା

Date:

Share post:

ଭୁବନେଶ୍ୱର, (୧୫/୦୬) : ଆପ୍ର : ରଜ ଦୋଳିରେ ଝୁମୁଛି ଓଡ଼ିଶା! । ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ ‘ରଜ’ ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି ।

ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ କରି ମା’ ବସୁନ୍ଧରାଙ୍କୁ ବିଶ୍ରାମ ଦେବାର ଏହି ଅନନ୍ୟ ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ଶ୍ରେଷ୍ଠ ନିଦର୍ଶନ। ରାଜ୍ୟର କୋଣ ଅନୁକୋଣରେ ଝିଅ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ସୁସଜ୍ଜିତ ରଜ ଦୋଳିରେ ଝୁଲୁଛନ୍ତି । ଏହା ସହିତ ରଜ ଗୀତ, ପୁଚି ଖେଳ ଏବଂ ସୁଆଦିଆ ପୋଡ଼ପିଠା, ମଣ୍ଡା, ଚକୁଳି ଓ ରଜ ପାନର ମଜା ନେଉଛନ୍ତି । ଜନତା ମଇଦାନରେ ‘ଇଣ୍ଟରନ୍ୟାସନାଲ୍ ରଜ ଉତ୍ସବ’ର ଆୟୋଜନ ।

ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟ ଷ୍ଟଲ୍, ସପିଂ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶେଷ ଭାବେ ରଜ ଦୋଳିର ବ୍ୟବସ୍ଥା କରାଯାଇଛି। ସେହିପରି ପଲ୍ ହାଇଟ୍ସ, ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ, ନୟାପଲ୍ଲୀ, ସହିଦ ନଗର ଏବଂ ଡମଣା ଅଞ୍ଚଳରେ ରଜ ପ୍ରତିଯୋଗିତା ଓ ସଙ୍ଗୀତ ଆସର ଜମିଛି । ରଜ ଉତ୍ସବକୁ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ରଜର ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ‘ଶେଷ ରଜ’ ସହ ଏହି ତିନିଦିନିଆ ପର୍ବ ଶେଷ ହେବ ଏବଂ କେତେକ ସ୍ଥାନରେ ଏହା ପରେ ‘ବସୁମତୀ ସ୍ନାନ’ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...