Homelocalଶ୍ରୀରାମ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରଙ୍ଗ ଦଳ ଓ ମନ୍ଦିର କମିଟିର ମିଳିତ ଉଦ୍ୟମ,...

ଶ୍ରୀରାମ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରଙ୍ଗ ଦଳ ଓ ମନ୍ଦିର କମିଟିର ମିଳିତ ଉଦ୍ୟମ, ଶତାଧିକ କର୍ମୀ ଯୋଗଦେଲେ

ମୁରିବାହାଲ, (୧୨/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ଶ୍ରୀ ରାମ ମନ୍ଦିର ପରିସରେ ରବିବାର ବଜରଙ୍ଗ ଦଳ ଓ ଶ୍ରୀ ରାମ ମନ୍ଦିର କମିଟି ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 13 at 10.17.04 2

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସବ୍-ଇନ୍ସପେକ୍ଟର ଅଭୟ ପ୍ରଧାନ, ଏଏସଆଇ ସୁଶିଲ କୁମାର ମହାପାତ୍ର, ଅଲେଖ ମହିମା ସାଧୁ ଶ୍ରୀ ବିଭୀଷଣ ମହାରାଜ, ସାଧୁ ଶ୍ରୀ ସୁଶିଲ ଦାସ ଏବଂ ମନ୍ଦିର କମିଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜୀବ କୁମାର ମହାନ୍ତି, ତରୁଣ ପୋଢ ପ୍ରମୁଖ ଉପସ୍ଥିତ ଥିଲେ ।

ଅତିଥିମାନେ ବକ୍ତବ୍ୟ ରଖି ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ସହ ତାର ଯତ୍ନ ନେବା ଏବଂ ବନ ସଂରକ୍ଷଣ ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭରତ ଦାସ, ହୃଦା ସାହୁ, ବଜରଙ୍ଗ ଦଳର ବ୍ଲକ ସଂଯୋଜକ ପଦ୍ମଲୋଚନ ସାହୁ, କାର୍ଯ୍ୟକର୍ତ୍ତା ସୁଧାଂଶୁ ପୋଡ ୟାଦବ, ଉଦିତ କୁମାର କଟା, ପ୍ରସନ୍ନ କର୍ମୀ, ଉତ୍ତମ ଥାଟି, ବିରଞ୍ଚି ଭୋଇ, ଅଜିତ ବା, ରାଜ ନାଗ, ଶିବା ରାଉତ, ରଞ୍ଜିତ ଆଚାରି, ଲିଲୁ ଜାଲ*, ବାବୁଲି ରାଉତ, ରୀଙ୍କୁ ପୋଡ ୟାଦବ, ଉଦୟ ସାହୁ, ଯଦୁ ସାହୁ ଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଛାୟା ଓ ଫଳଦାୟୀ ଗଛ ଲଗାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments