Homelocalମୁରିବାହାଲରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ, ୧୦୧ ଅଭିଯୋଗ ପଞ୍ଜୀକୃତ; ବ୍ୟକ୍ତିଗତ ୮୭, ସାମୁହିକ ୧୪...

ମୁରିବାହାଲରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ, ୧୦୧ ଅଭିଯୋଗ ପଞ୍ଜୀକୃତ; ବ୍ୟକ୍ତିଗତ ୮୭, ସାମୁହିକ ୧୪ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ

ମୁରିବାହାଲ, (୨୨/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ।

ଏହି ଶିବିରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର, ଉନ୍ନୟନ ଅଧିକାରୀ ତରଣୀସେନ ସୁନା, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ରହି ମୋଟ ୧୦୧ଟି ଅଭିଯୋଗର ଶୁଣାଣୀ କରିଥିଲେ । ଏଥିମଧ୍ୟରୁ ବ୍ୟକ୍ତିଗତ ୮୭ଟି ଓ ସାମୁହିକ ୧୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଆବାସ ଯୋଜନା, ପାଣି ସମସ୍ୟା, ରାସ୍ତା, ଭତ୍ତା ସମେତ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ଶୁଣାଣୀ ପାଇଁ ଆସିଥିଲା । ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ମୁରିବାହାଲ ପକ୍ଷରୁ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । ବ୍ଲକ ଅଞ୍ଚଳର ବହୁ ଜନସାଧାରଣ ବିଭିନ୍ନ ଆପତ୍ତି ଓ ଅଭିଯୋଗ ଦାଖଲ କରିଥିଲେ ।

ଏହି ଶିବିରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ବିଡ଼ିଓ ବାସନ୍ତୀ ସେଠୀ, ଅତିରିକ୍ତ ତହସିଲଦାର ଜଗଦୀଶ କର୍ତ୍ତା, ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ବିଇଓ ଶାନ୍ତନୁ କୁମାର ପଢିହାରୀ, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା, ଜିପିଡିଓ ପ୍ରସନ୍ନ କୁମାର ନାଗ, ଏଇ ଅବିନାଶ ମୁଦି, ବିଦ୍ୟୁତ ବିଭାଗ ଏଇ ବିନାୟକ ରାଉତ, ସେକ୍ସନ ଅଫିସର ମହମ୍ମଦ ଜୁନେଦ, ବିଏସଏସଓ ରିଙ୍କୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଏଡିଇଓ, ଯୋଗାଣ ସହାୟକ, ଜିଓଟେଗ ଓ ବ୍ଲକ କର୍ମଚାରୀ ପ୍ରମୁଖ ଶିବିରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏ ସମ୍ପର୍କରେ ମୁରିବାହାଲ ବିଡ଼ିଓ ଶ୍ରୀମତୀ ବାସନ୍ତୀ ସେଠୀ କହିଲେ ଯେ, ଶିବିରେ ୧୦୧ଟି ଅଭିଯୋଗ ଦାଖଲ ହୋଇଥିଲା । ଏଥିମଧ୍ୟରୁ ୮୭ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ ରହିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments