ମୁରିବାହାଲ, (୧୨/୦୭) : ଆପ୍ର : ଆସନ୍ତା ରଥଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା* (କୁକୁସିଂ) ରବିବାର ମୁରିବାହାଲ ବ୍ଲକର ୨୩ଟି ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ନିମନ୍ତେ ପାଟବସ୍ତ୍ର ପ୍ରଦାନ କରିଛନ୍ତି ।
ଏହି ଅବସରେ ତାଙ୍କ ସହ ଯୁବନେତା ଅମିତ ସିଂ ସାଲୁଜା (ସେଜୀ), ବ୍ଲକ କଂଗ୍ରେସ ସଭାପତି ଗିରିଧାରି ସାହୁ, ଯଦୁପତି ଅଗସ୍ତି, ବିଭିଷଣ ମହାନନ୍ଦ, ବିଷ୍ଣୁ ପ୍ରସାଦ ସାହୁ, ବୁଲୁ କୁମ୍ଭାର, ବେଣୁ ପସାୟତ, ଯୁଧାମନ ନାଗ, ଯଦୁମଣି ତାଣ୍ଡି, ପୂର୍ଣ୍ଣଚନ୍ଦ୍ର ପୁଟେଲ, ତେଜରାଜ ଲୁହା, ଗୋପାଳ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏହି ବର୍ଷ ଭଳି ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ସାଲୁଜା ରଥଯାତ୍ରା ସମୟରେ ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଜଗନ୍ନାଥ ମନ୍ଦିରରେ ବସ୍ତ୍ର ପ୍ରଦାନ କରି ଆସୁଛନ୍ତି । ଏହି ଅବସରେ ସାଲୁଜା କହିଲେ, “ଜଗତର ନାଥ ପ୍ରଭୁ ଜଗନ୍ନାଥ ଯେତେ ଦିନ ପର୍ଯ୍ୟନ୍ତ ଶକ୍ତି ଦେଇଥିବେ, ପ୍ରଭୁଙ୍କ ସେବା ଜାରି ରଖିବି ।”



