କଳାହାଣ୍ଡି //କଲମପୁର, (୨୮/୦୮) : ଆପ୍ର : କଲମପୁର ଥାନା ଅଧିନସ୍ଥ ମିନଗୁରରୁ ବଡକୁଟ୍ରୁକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।
ମୃତକ ମିନଗୁର ଗାଁ’ର ଇନ୍ଦାଦ ମହମଦ ବୋଲି ଜଣାପଡ଼ିଛି । ଇନ୍ଦାଦ ଆଜି ସକାଳେ କୌଣସି କାମରେ ବଡ଼ କୁଟ୍ରୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ପରିବାର ଲୋକେ ତାଙ୍କୁ କଲମପୁର ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥାନକୁ ଯାଇ ଟ୍ରାକ୍ଟର ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି । ଇନ୍ଦାଦ ମହମଦ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବୋଲି ଜଣାପଡ଼ିଛି ।

