ମୁରିବାହାଲ, ୨୭/୦୬/୨୬- ଭଗବାନ ମହାନ୍ତି: ଓଡ଼ିଶା ପ୍ରଶାସନିକ ସେବାରେ ଜଣେ ପରିଚିତ ଏବଂ ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଜେଡି ଯୁବ ନେତା ଗିରାଜ ସିଂ ମାଝୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜେଡି ଟିମ୍ ପୁଷ୍ପଗୁଚ୍ଛ ଦେଇ ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ କରିଥିଲେ। “ରାଜ୍ୟର ସାମଗ୍ରିକ ବିକାଶ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ,” ବୋଲି ଗିରାଜ ସିଂ ମାଝୀ କହିଛନ୍ତି। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝୀ, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ବିଜେଡି ନେତା ହଂସରାଜ ଜୈନ, ଆଶାଦୁଲା ଖାଁ, ଦେବରାଜ ଯାଦବଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

