Homelocalକୁର୍ଲୁବାହାଲ ହାଇସ୍କୁଲରେ ଜୋନାଲ ସ୍ତରୀୟ ଖେଳକୁଦ ଚୟନ ଶିବିର ଉଦଯାପିତ

କୁର୍ଲୁବାହାଲ ହାଇସ୍କୁଲରେ ଜୋନାଲ ସ୍ତରୀୟ ଖେଳକୁଦ ଚୟନ ଶିବିର ଉଦଯାପିତ

ମୁରିବାହାଲ, (୧୧/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ସମୂହ ଜୋନାଲ ଲେବଲ-୧ ର ଖେଳକୁଦ ଚୟନ ଶିବିର ଉଦଯାପିତ ହୋଇଯାଇଛି ।WhatsApp Image 2026 09 12 at 11.17.22 1

ତିନି ଦିନ ଧରି ବ୍ଲକ ସ୍ତରୀୟ ଏହି ଶିବିର କୁର୍ଲୁବାହାଲ ହାଇସ୍କୁଲ ଠାରେ ଚାଲିଥିଲା । ଏଥିରେ ଖୋ-ଖୋ, କବାଡି, ଫୁଟବଲ, କ୍ରିକେଟ ଏବଂ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଖେଳାଳିମାନେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରଘୁନାଥ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ବିଦ୍ୟାଳୟ କ୍ରୀଡା ସମ୍ପାଦକ କୁବେର ଲାଲ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଖେଳ ଶିକ୍ଷକ ବିନୋଦ ମହାପାତ୍ର, ରମେଶ ବିଶି, ସୁରେଶ ବେହେରା, ପ୍ରସନ୍ନ ହାତୀ, ଶ୍ରୀକାନ୍ତ ପ୍ରଧାନ, ମଧୁସୂଦନ ସାହୁ ଏବଂ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ନରେନ୍ଦ୍ର ମେହେର, ଅନାର୍ଯ୍ୟ ସୁନା, କ୍ଷମାନିଧି ପୁଟେଲ, ଚକ୍ରଧର ସାହୁ, ଯଶୋବନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments